ଓଡ଼ିଆ ପୁଅ ଙ୍କୁ ବଡ଼ ଦାୟିତ୍ୱ , ହେଲେ ଜମ୍ମୁ-କଶ୍ମୀରର ପୋଲିସ୍ ପ୍ରଶାସନର ମୁଖିଆ..
1 min readଓଡ଼ିଆ ପୁଅ ମିଳିଲା ବଡ଼ ଦାୟିତ୍ୱ । ଏବେ ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଉଛନ୍ତି । ତେବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବା ନେଇ ସୂଚନା ରହିଛି ।
ତେବେ ଏହାପୂର୍ବରୁ ମଧ୍ୟ ଜାମ୍ମୁକାଶ୍ମୀର ପୋଲିସର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ବର୍ତ୍ତମାନ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ଭାବେ କାର୍ଯ୍ୟକରି ସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ସେ ଜମ୍ମୁରେ ଏସଏସପି ଭାବେ ଦାୟିତ୍ୱରେ ଥିଲେ ।