Pratidin TV

Odisha's Digital News Platform

ଫିଲ୍ମ ପିଛା ଦାବି କଲେ ୪-୫ କୋଟି, ଟ୍ୱିଟ ଯୋଗେ ଜଣାଇଲେ ରଶ୍ମିକା…..

1 min read

‘ଆନିମଲ୍’ ଫିଲ୍ମର ସଫଳତା ପରେ ଏବେ ବହୁ ଚର୍ଚ୍ଚାରେ ଅଛନ୍ତି ରଶ୍ମିକା ମନ୍ଦନା | ସୋସିଆଲ ମିଡିଆରେ ହ୍ୟାଣ୍ଡେଲରେ ସେ ଫିଲ୍ମ ପିଚା ଅଧିକ ଦାବି କରିଛନ୍ତି ବୋଲି କହିଛନ୍ତି | ‘ଆନିମଲ୍’ ଫିଲ୍ମର ସଫଳତା ଯୋଗୁଁ ସେ ତାଙ୍କର ଫିଲ୍ମ ପିଛା ୪-୫ କୋଟି ଟଙ୍କା ଦାବି କରିଛନ୍ତି |

ସୂଚନା ଅନୁସାରରେ ଫିଲ୍ମଟି ବ୍ଲକବଷ୍ଟର ହିଟ ହେବା ସହ ବିଶ୍ୱସ୍ତରରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା | ଏହାର ସଫଳତାକୁ ନଜରରେ ରଖି ଚର୍ଚ୍ଚା ହେଲା ରଶ୍ମିକା ନିଜ ପାରିଶ୍ରମିକ ବଢ଼ାଇଦେଇଛନ୍ତି | ଟ୍ୱିଟ ମାଧ୍ୟମରେ ରଶ୍ମିକା ପ୍ରତିକ୍ରିୟା ଦେଇଛନ୍ତି | ଏନେଇ ରଶ୍ମିକା ଟ୍ୱିଟ ଜରିଆରେ ଲେଖୁଛନ୍ତି ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଏହା କିଏ କହୁଛି… ଏ ସବୁ ଦେଖିବା ପରେ ମୋତେ ଲାଗୁଛି ସତରେ ମୋତେ ଏହା କରିବା ଉଚିତ୍.. ଆଉ ଯଦି ମୋ ପ୍ରଯୋଜକ ପଚାରନ୍ତି ଯେ କାହିଁକି, ତେବେ ମୁଁ କ‌ହିବି ‘ମିଡିଆ’ ଏହି ଏହା କହୁଛି ସାର୍… ମୋତେ ଲାଗୁଛି ସେମାନଙ୍କ କଥା ଅନୁସାରେ ମୋତେ କାମ କରିବା ଭଚିତ୍ ।

‘ଆନିମଲ୍’ ପୂର୍ବରୁ ରଶ୍ମିକା ‘ଗୁ ‘ଗୁଡ୍ ବୟ’ ଓ ‘ମିଶନ୍ ମଜ୍‌ନୁ’ ଭଳି ହିନ୍ଦୀ ଫିଲ୍ମରେ କାମ କରିଥିଲେ । ଦୁଇଟିଯାକ ଫିଲ୍ମ ଭଲ ଚାଲିନଥ୍‌ଲା । ୨୦୨୧ ମସିହାରେ ମୁକ୍ତିପ୍ରାସ୍ତ ଫିଲ୍ମ ‘ପୁଷ୍ପା ଦ ରାଇଜ୍’ ତାଙ୍କ କ୍ୟାରିଅର୍‌ର ଟର୍ଡିଂ ପଏଣ୍ଟ ଥିଲା । ଏବେ ‘ଆନିମଲ୍’ ପରେ ରଶ୍ମିକାଙ୍କ ଅପକମିଙ୍ଗ ପ୍ରାଜେକ୍ଟରେ ଅଛି ‘ପୁଷ୍ପା-୨’ । ଏଥିରେ ସେ ପୁଣି ଥରେ ଅଲ୍‌ଲୁ ଅର୍ଜୁନଙ୍କ ଅପୋଜିଟ୍‌ରେ ନଜର ଆସିବେ । ଏବଂ ଭିକି କୌଶଲଙ୍କ ସହ ‘ଛାବା’ର ସୁଟିଂରେ ସେ ଏବେ ବ୍ୟସ୍ତ ଦେଖିବାକୁ ମିଳିଛି ରଶ୍ମିକାଙ୍କୁ ।

Leave a Reply

Your email address will not be published. Required fields are marked *