Pratidin TV

Odisha's Digital News Platform

ନୟାପଲ୍ଳୀ ଥାନାରେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ: ଆତ୍ମହତ୍ୟା ମାମଲା ନେଇ ପୋଲିସ କରିବ ପଚରାଉଚୁରା

1 min read

ନୂଆଦିଲ୍ଳୀ: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ମାମଲାରେ ଆସିଛି ନୂଆ ମୋଡ । ରଶ୍ମୀଙ୍କ ବୟଫ୍ରେଣ୍ଡ ତଥା ଲିଭ୍ ଇନ୍ ପାର୍ଟନର ସନ୍ତୋଷ ପାତ୍ର ଆଜି ନୟାପଲ୍ଲୀ ଥାନାରେ ହାଜର ହୋଇଛି । ରଶ୍ମିରେଖା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ସେ କେଉଁ ପରସ୍ଥିତିରେ ଆତ୍ମହତ୍ୟା କଲେ ଏବଂ ପ୍ରକୃତ ଘଟଣା କଣ ରହିଥିଲା ସେ ସମ୍ପର୍କରେ ପଚରା ଉଚୁରା ପାଇଁ ପୋଲିସ ସନ୍ତୋଷକୁ ଡାକିଥିଲା ।

ଏସିପିଙ୍କ ନେତୃତ୍ୱରେ ସନ୍ତୋଷକୁ ପଚରା ଉଚୁର କରାଯାଉଛି । ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ଏହା ସହିତ ସେ ୩ ମାସର ଗର୍ଭବତୀ ଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଜାଣିବା ପାଇଁ ନୟାପଲ୍ଲୀ ଥାନା ପୋଲିସ୍‌ ତାଙ୍କ ପୁରୁଷ ବନ୍ଧୁ  ଜ୍ୟୋତିରଂଜନ ନାଥ ଓରଫ ରାଜାଙ୍କୁ ଜେରା କରିଥିଲା ।

Advertisement

Leave a Reply

Your email address will not be published. Required fields are marked *