Pratidin TV

Odisha's Digital News Platform

‘ଗାଡି ତଳେ କଣ ଅଛି ପ୍ରଥମେ ଦେଖ’ – ଚାଳକଙ୍କୁ ‘ରତନ ଟାଟା ’ଙ୍କ ବଡ ପରାମର୍ଶ…

1 min read

ମୁମ୍ବାଇ : ଆରମ୍ଭ ହେଲା ବର୍ଷା ସିଜିନ୍ । ଦେଶବ୍ୟାପି ଚାଲିଛି ମୌସୁମୀ ବର୍ଷା । ଏନେଇ ବିଶିଷ୍ଟ ଶିଳ୍ପପତ୍ତି ରତନ ଟାଟା ଗାଡି ଚାଳକଙ୍କୁ ବଡ ପରାମର୍ଶ ଦେଇଛନ୍ତି । ନିକଟରେ ସେ ନିଜ ଇଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଏକ ପୋଷ୍ଟ ଜରିଆରେ ଗାଡି ଚାଳକମାନଙ୍କ ପାଇଁ ଏକ ପରାମର୍ଶ ଦେଇଛନ୍ତି ।

ଶ୍ରୀ ଟାଟା କହିଛନ୍ତି ଯେ ବର୍ଷାଦିନରେ ଗାଡିଟି ଷ୍ଟାର୍ଟ କରିବା ପୂର୍ବରୁ ପ୍ରଥମେ ତା’ତଳେ କଣ ଅଛି ସେଥିପ୍ରତି ଦୃଷ୍ଟିଦେବା । କାରଣ ବର୍ଷା ଦିନେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଜୀବ ଯଥା ବୁଲା କୁକୁର , ବିଲେଇ , ବେଙ୍ଗ ଇତ୍ୟାଦି ଜୀବ ଜନ୍ତୁ କାର୍ ତଳେ ଆଶ୍ରୟ ନେଇଥାନ୍ତି ।

ତେବେ ଆମେ ମାନେ କେବେବି ନିଜ ଗାଡି ତଳ ନଦେଖି ତାକୁ ଷ୍ଟାର୍ଟ କରି ଚଳାଇଥାଉ । ଯାହା ଫଳରେ ଅକାରଣରେ ଅନେକ ଜୀବ ମାନଙ୍କ ଜୀବନ ଯାଇଥାଏ । ଏଥିପାଇଁ ଗାଡି ଷ୍ଟାର୍ଟ କରିବା ପୂର୍ବରୁ କାର୍ ତଳ ଭଲରେ ଚେକ୍ କରି ତାପରେ ଗାଡି ଚଳାଇବାକୁ କହିଛନ୍ତି ଶ୍ରୀ ଟାଟା ।

Leave a Reply

Your email address will not be published. Required fields are marked *