Pratidin TV

Odisha's Digital News Platform

ଚୀନ ବିବାଦ ପରେ ଆଇପିଏଲର ହାତ ଧରିଥିଲେ ରତନ ଟାଟା

1 min read

ପଞ୍ଚଭୂତରେ ବିଲୀନ ହୋଇ ସାରିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ବୁଧବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ୮୬ ବର୍ଷ ବୟସ ତାଙ୍କର ଦଦେହାନ୍ତ ହୋଇଛି । ରତନ ଟାଟାଙ୍କ ବିୟୋଗରେ ସାରାଦେଶ ଶୋକରେ ବୁଡ଼ିଥିବାବେଳେ ଦରଦୀ ମହାନାୟକଙ୍କୁ ଝୁରୁଛି କ୍ରିକେଟ ଜଗତ ।

କେବଳ କ୍ରିକେଟ କାହିଁକି ଭାରତୀୟ କ୍ରୀଡା ପ୍ରତି ତାଙ୍କର ଥିଲା ବିଶେଷ ଅବଦାନ ରହିଥିଲା । ଅନେକ ଖେଳାଳିଙ୍କୁ ସେ କେବଳ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ନାହାନ୍ତି ବରଂ ସାରା ଭାରତରେ କ୍ରୀଡା ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ଏକାଧିକ ସ୍ପୋର୍ଟ୍ସ ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ତେବେ ଅନେକ ଅଲିମ୍ପିଆନଙ୍କୁ ପ୍ରୋତ୍ସାହନ ଯୋଗାଇଛି ଟାଟା ଗ୍ରୁପ । ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ମହିଳା ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ମଧ୍ୟ ରହିଛି ଟାଟା ଗ୍ରୁପ ।

Advertisement

ଯେତେବେଳେ ଚାଇନିଜ୍ କମ୍ପାନୀ VIVO ଇଣ୍ଡିଆନ ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ଥିଲା, ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବଡ଼ ବିବାଦ ଦେଖାଦେଇଥିଲା । ଚାଇନିଜ୍ ବ୍ରାଣ୍ଡକୁ ପ୍ରାୟୋଜକ ରଖିଥିବାରୁ ବିସିସିଆଇ କଡ଼ା ସମାଲୋଚନାର ଶିକାର ହୋଇଥିଲା । ଏପରି ସମୟରେ ଆଇପିଏଲର ପ୍ରାୟୋଜକ ହେବା ସହ ବିସିସିଆଇକୁ ବିପଦରୁ ରକ୍ଷା କରିବାକୁ ଆଗେଇ ଆସିଥିଲା ଟାଟା ଗ୍ରୁପ ।

କେବଳ ପୁରୁଷ ନୁହେଁ, ମହିଳା ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ମଧ୍ୟ ହୋଇଛି ଟାଟା ଗ୍ରୁପ ରହିଛି । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ରହିବ ଟାଟା ଗ୍ରୁପ । ନୂଆ ଡିଲ୍ ଅନୁଯାୟୀ ୨୫୦୦ କୋଟି ଟଙ୍କା ମୂଲ୍ୟ ବଦଳରେ ବିସିସିଆଇର ଟାଇଟେଲ ସ୍ପନସର ହାତେଇଥିଲା ଟାଟା ଗ୍ରୁପ ନେଇଛି । ଅନେକ କ୍ରିକେଟରଙ୍କ ସହଯୋଗର ହାତ ବଢ଼ାଇ ଥିଲା ଟାଟା ଗ୍ରୁପ କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା |

ଦେଶର ପ୍ରଥମ ଅଲିମ୍ପିକ୍ ଟିମକୁ ସ୍ପନସର କରିଥିଲେ ସାର୍ ଡୋରାବ ଟାଟା । ଅନେକ ବର୍ଷ ଧରି ହକିକୁ ମଧ୍ୟ ସହାୟତା ଯୋଗାଇଛି ନାଭାଲ ଟାଟା । କେବଳ ସେତିକି ନୁହେଁ ଅନେକ ମହାନ କ୍ରୀଡାବିତଙ୍କୁ ମଧ୍ୟ ତିଆରି କରିଛି ଟାଟା ସ୍ପୋର୍ଟ୍ସ କ୍ଳବ୍ । ବର୍ଷ ୧୯୯୬ରେ ଟାଟା ଗ୍ରୁପ ପ୍ରତିଷ୍ଠିତ କରିଥିଲା ଟାଟା ଆର୍ଚେରୀ ଏକାଡେମୀ । ତେବେ ରତନ ଟାଟାଙ୍କ ବିୟୋଗରେ ଭାଂଗିପଡ଼ିଚି କ୍ରିକେଟ ଜଗତ |

Leave a Reply

Your email address will not be published. Required fields are marked *