Pratidin TV

Odisha's Digital News Platform

ନିଜ ପୋଷା କୁକୁରକୁ ଧରି ବୈଠକ ରେ ସାମିଲ ହୁଅନ୍ତି ରତନ ଟାଟା..

1 min read

ଶିଳ୍ପ ଜଗତର ଏମିତି ଏକ ଅମୂଲ୍ୟ ମଣିଷ ରତନ ଟାଟା, ଯାହାଙ୍କ ବିଷୟରେ ଜାଣିବା ପରେ ସତରେ ଜଣେ ଅବାକ୍ ହୋଇଯିବ । ଏକ ନିଷ୍କପଟ ମଣିଷ, ଯାହାଙ୍କ ଠାରେ କେବଳ ପ୍ରେମ, ଅନାବିଳ ସ୍ନେହ ଓ ମଣିଷତ୍ବର ବାସ୍ନା ଭରିରହିଥିଲା । ଆଜି ତାଙ୍କର ବିୟୋଗରେ ଛୁରୁଛି ଭାରତ ।

ତେବେ ଯେ ଖାଲି ଶିଳ୍ପ ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଦେଶ ଛୁରୁଛି ତାହା ନୁହେଁ ବରଂ ଏକ ଏମିତି ସହୃଦୟ ବ୍ୟକ୍ତିତ୍ବକୁ ଦେଶ ଝୁରୁଛି ଯେ ଶବ୍ଦହୀନଙ୍କ ମନର କଥାକୁ ବୁଝି ପାରୁଥିଲେ । ବିଭିନ୍ନ ପଶୁଙ୍କ ପ୍ରତି ତାଙ୍କର ଯେଉଁ ସ୍ନେହ, ବିଶେଷ କରି କୁକୁରଙ୍କ ପ୍ରତି ତାଙ୍କର ଭଲପାଇବା ତାହା ବୟାନ କରୁଛି । ଏବେ ତାଙ୍କର ସେହି  ସରଳତାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  କରିସ୍ମା ମେହେଟ୍ଟା ନାମକ ଜଣେ ମହିଳା ତାଙ୍କ ସୋସିଆଲ ମିଡିଆରେ କରିଥିବା  ପୋଷ୍ଟ ଏବେ ବେଶ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଭାବି ବ୍ବିହଳ ହୋଇପଡୁଛନ୍ତି ସମସ୍ତେ ।

Advertisement

ହ୍ୟୁମାନ୍ସ ଅଫ ବମ୍ବେର ପ୍ରତିଷ୍ଠାତା ତଥା ସିଇଓ କରିସ୍ମା କହିଛନ୍ତି, ଥରେ ମୁଁ ରତନ ଟାଟାଙ୍କ ସାକ୍ଷାତକାର ନେବାକୁ ଯାଇଥିଲି। ଏହି ସମୟରେ ତାଙ୍କ ଚୌକି ପାଖରେ ଏକ କୁକୁର ବସିଥିବା ମୁଁ ଦେଖିବାକୁ ପାଇଥିଲି। କୁକୁରକୁ ଦେଖି ମୁଁ ଭୟ କରି ଯାଇଥିଲି। ଏହି ସମୟରେ ରତନ ଟାଟାଙ୍କ ସହାୟକ ଶାନ୍ତନୁଙ୍କୁ ମୁଁ ଚୁପଚାପ କହିଥିଲି ମୋତେ ଏହି କୁକୁରକୁ ଦେଖି ବହୁତ ଭୟ ଲାଗୁଛି। ମୋର କଥା ବୋଧହୁଏ ରତନ ଟାଟା ଠଉରାଇ ଦେଇଥିଲେ। ସେ ‌ମୋତେ ପଚାରିଥିଲେ, କ’ଣ ହେଲା, ଆପଣ ଠିକ ଅଛନ୍ତି ତ? ଏହାପରେ ଶାନ୍ତନୁ ରତନ ଟାଟାଙ୍କୁ କହିଥି‌ଲେ ଆପଣଙ୍କ କୁକୁରକୁ ଦେଖି କରିସ୍ମା ମ୍ୟାଡମ ଭୟ କରୁଛନ୍ତି। ଏହାପରେ ରତନ ଟାଟା ନିଜ ଚୌକି କୁକୁର ଆଡକୁ ବୁଲାଇ କହିଥିଲେ, ଗୋଆ (କୁକୁର ନାମ) ମ୍ୟାଡମ ତୁମକୁ ଦେଖି ଭୟ କରୁଛନ୍ତି। ତୁମେ ସୁନା ପୁଅ ଭଳି ଚୁପଚାପ ବସ। ଏହାପରେ ପାଖାପାଖି ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ସାକ୍ଷାତକାର ଚାଲିଥିଲା। କିନ୍ତୁ ଗୋଆ ସେମିତି ବସି ରହିଥିଲା। ସାମାନ୍ୟ ହଲଚଲ ବି ହୋଇ ନଥିଲା। କରିସ୍ମାଙ୍କ କହିବାନୁସାରେ, ରତନ ଟାଟା କହିଥିଲେ ଗୋଆକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଗୋଆ ତାଙ୍କ ସହିତ ପୂରା ଦିନ ରହିଥାଏ। ଏଥିସହିତ ସେ ଗୋଆକୁ ବୈଠକକୁ ବି ନେଇ ‌ଯାଇଥାଆନ୍ତି। ସବୁଠୁ ବଡ଼ କଥା ହେଉଛି  ଗୋଆ ଷ୍ଟ୍ରେ କୁକୁର ଥିଲା ।ତେବେ ଏହି କୁକୁରର ନାଁକୁ ନେଇ ଟାଟା କହିଥିଲେ, ଗୋଆରୁ ତାଙ୍କ ସହକାରୀଙ୍କ ଗାଡିରେ ଏହି କୁକୁରଟି ମୁମ୍ବାଇ ପଳାଇଆସିଥିଲା । ତେଣୁ ତା ନାଁ ଗୋଆ ରଖାଗଲା।

Leave a Reply

Your email address will not be published. Required fields are marked *