Pratidin TV

Odisha's Digital News Platform

ମୃତ୍ୟ ପରେବି ଦେଲେ ‘ଏକତାର ବାର୍ତ୍ତା’ , ରତନଙ୍କ ଆତ୍ମାର ଶାନ୍ତି ପାଇଁ ଏକାଠି ହେଲେ ହିନ୍ଦୁ ମୁସଲିମ ଶିଖ …

1 min read

ଆଉ ନାହାନ୍ତି ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା । ତାଙ୍କର ବିୟୋଗରେ ଦେଶ ହରାଇଛି ଅମୂଲ୍ୟ ରତ୍ନ । ଦେଶବାସୀଙ୍କ ସୁବିଧା ଅସୁବିଧାରେ ସବୁବେଳେ ନିଜର ବଦାନ୍ୟତା ଦେଖାଇଆସିଥିବା ରତନ ଟାଟା ସମସ୍ତଙ୍କୁ ଅଲବିଦା କହିଛନ୍ତି । ରତନ ଟାଟାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ପାର୍ସି ରୀତିନୀତି ଅନୁସାରେ ମୁମ୍ବାଇ ସ୍ଥିର ୱର୍ଲି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ  ରତନ ଟାଟା ଙ୍କ ପ୍ରାର୍ଥନା ସଭାରେ ଦେଖିବାକୁ ମିଳିଛି ଏକ ଚକିତ ଦୃଶ୍ୟ  । ଏନସିପିଏରେ ରତନ ଟାଟାଙ୍କ ପ୍ରାର୍ଥନା ସଭାରେ ସର୍ବ ଧର୍ମ ସମନ୍ୱୟରେ ପରିପୂର୍ଣ୍ଣ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ​​|   ରତନ ଟାଟାଙ୍କ ପ୍ରାର୍ଥନା ସଭାରେ କେବଳ ପାର୍ସି ନୁହଁନ୍ତି ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନ ଧାର୍ମିକ ଗୁରୁମାନେ  ମଧ୍ୟ ଏକାଠି ହୋଇ ମହାନ ଆତ୍ମାଙ୍କ  ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ​​   ​​|  ଯାହାକୁ ଦେଖିବା ପରେ ଲୋକେ କହିଛନ୍ତି  ସେ ନିଜର ଶେଷ ସମୟରେ ମଧ୍ୟ ‘ଏକତାର ବାର୍ତ୍ତା’ ଦେଇଛନ୍ତି   ​​|

ଗୁରୁବାର ରତନ ଟାଟାଙ୍କ ଅନ୍ତିମ ସତ୍କାର କରାଯିବା ପୂର୍ବରୁ ଏକ ପ୍ରାର୍ଥନା ସଭା ରଖାଯାଇଥିଲା। ସେଠାରେ ପାର୍ସି, ମୁସଲମାନ,ଖ୍ରିଷ୍ଟିଆନ୍‌, ଶିଖ୍‌ ଏବଂ ହିନ୍ଦୁ ଧର୍ମାବଲମ୍ବି ପୂଜକମାନେ ଉପସ୍ଥିତ ଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଶିଳ୍ପପତିଙ୍କୁ ‘ଭାରତର ପ୍ରକୃତ ରତ୍ନ’ ବୋଲି କୁହାଯାଉଛି।ତେବେ ଓ୍ବର୍ଲିରେ ଥିବା ପାର୍ସି ଶ୍ମଶାନଘାଟକୁ ରତନ ଟାଟାଙ୍କ ମରଶରୀର ନିଆଯାଇଥିଲା। ସେଠାରେ ଥିବା ପ୍ରାର୍ଥନା ଗୃହରେ ୪୫ ମିନିଟ ଧରି ଏହାକୁ ରଖାଯାଇଥିଲା। ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *