Pratidin TV

Odisha's Digital News Platform

ଅସୁସ୍ଥତା ନେଇ ମୁହଁ ଖୋଲିଲେ ରତନ ଟାଟା , କହିଲେ ମୁଁ ସୁସ୍ଥ ଅଛି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ..

1 min read

ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି। ବ୍ଲଡ ପ୍ରେସର ଲୋ’ ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା।

ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। କିଛି ଏପରି ଖବର ରତନ ଟାଟା ଙ୍କୁ ନେଇ ଆସିଥିଲା । ଯାହାପରେ ଟ୍ବିଟ କରି ରତନ ଟାଟା କହିଛନ୍ତି, ”ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ଖବର ପ୍ରକାଶିତ ହେଉଛି, ଏହା ମୋତେ ଜଣା । ମୋର ବୟସ ହେତୁ ରେଗୁଲାର ଚେକଅପ କରୁଛି ।

Advertisement

ମୁଁ ପୂରା ସୁସ୍ଥ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ । ଜନସାଧାରଣ ଏବଂ ଗଣମାଧ୍ୟମକୁ ଅନୁରୋଧ କରୁଛି ଭୁଲ ତଥ୍ୟ ପ୍ରଚାର ନକରନ୍ତୁ । ” ଆଇସିୟୁରେ ଭର୍ତ୍ତି ହେବା ଖବର ମିଛ, ଗୁଜବରେ ଜନସାଧାରଣ ବିଶ୍ୱାସ କରନ୍ତୁ ନାହିଁ ବୋଲି ନିଜେ ରତନ ଟାଟା କହିଛନ୍ତି।

Leave a Reply

Your email address will not be published. Required fields are marked *