Pratidin TV

Odisha's Digital News Platform

କଳ୍ପନାଜଳ୍ପନାର ଘଟିଲା ଅନ୍ତ ; ମିଳିଲା ନୂଆ ଉତ୍ତରାଧିକାରୀ, ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ

1 min read

ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କଠାରୁ ଜନ୍ମ ହୋଇଥିବା ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କର ସାବତ ଭାଇ। ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହୋଇଛନ୍ତି । ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଧବାର ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା। ଏହାପରେ କିଏ ତାଙ୍କ 13ଟି ଟ୍ରଷ୍ଟର ଅଧ୍ୟକ୍ଷ ହେବ ସେନେଇ କଳ୍ପନା-ଜଳ୍ପନା ଲାଗି ରହିଥିଲା। ଆଜି ନୋଏଲ ଟାଟାଙ୍କୁ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ମୁମ୍ବାଇରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଯେଉଁଥିରେ ରତନ ଟାଟାଙ୍କ ଉତ୍ତରାଧିକାରୀ ତଥା ଟାଟା ଟ୍ରଷ୍ଟର ଦାୟିତ୍ୱ ଚେୟାରମ୍ୟାନ ରତନ ଟାଟାଙ୍କ ସାବତ ଭାଈ ନୋଏଲ ଟାଟା ହୋଇଛନ୍ତି | ଏହି ପାରିବାରିକ ବନ୍ଧନ ଉତ୍ତରାଧିକାରୀ ଦୃଷ୍ଟିରୁ ନୋଏଲ ଟାଟାକୁ ଏକ ନମ୍ବର ସ୍ଥାନରେ ଥିଲେ। ନୋଏଲ ଟାଟାଙ୍କ ତିନି ସନ୍ତାନ ମାୟା ଟାଟା, ନେଭିଲ ଟାଟା ଏବଂ ଲିଆ ଟାଟା ମଧ୍ୟରେ ଟାଟା ଟ୍ରଷ୍ଟ ସହ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବ୍ୟତୀତ ରତନ ଟାଟାଙ୍କର ଏକ ସାନ ଭାଇ ଜିମି ଟାଟା ମଧ୍ୟ ଅଛନ୍ତି, ଯିଏ ଟାଟା ଗ୍ରୁପର କାର୍ଯ୍ୟକଳାପରୁ ସର୍ବଦା ଦୂରେଇ ଥାନ୍ତି।

ଆଉ ନାହାନ୍ତି ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା । ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତକାଲି ୮୬ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ତାଙ୍କ ନିଧନରେ ଭାରତ ଖାଲି ଜଣେ ଭେଟେରାନ, ବିଜ୍ଞ ତଥା ଜଣେ ହୃଦୟବାନ୍ ଉଦ୍ୟୋଗପତିକୁ ହରାଇନି ବରଂ ଜଣେ ଶ୍ରେଷ୍ଠ ଜୀବନ୍ତ ଉଦାହରଣ, ଯାହା ଆଜି ଇତିହାସ ପାଲଟିଛି । ଜଣେ ଉଦ୍ୟୋଗପତି ଯାହାକୁ ଆଜି ସାରା ଦେଶ ଝୁରୁଛି । ଯାହାର ଜୀବନ ଯାତ୍ରା, ଦେଶ ପ୍ରତି ଅବଦାନ ଏବଂ ମଣିଷ ପଣିଆର ନିଦର୍ଶନ କାଳ କାଳ ପର୍ଯ୍ୟନ୍ତ ଗୁଞ୍ଜରିତ ହେବ ।

Advertisement

Leave a Reply

Your email address will not be published. Required fields are marked *