Pratidin TV

Odisha's Digital News Platform

ଆମେରିକା ରେ ରଥ ଟାଣିଲେ ଭକ୍ତ ..

କାଳିଆ ପ୍ରେମରେ ସଭିଏଁ ପାଗଳ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ , କାଳିଆ ପାଇଁ ସଭିଙ୍କ ମନ ଆତୁର ।କଳା ଶ୍ରୀମୁଖର ଟିକିଏ ଦର୍ଶନ ପାଇଁ ସବୁକିଛି ଭୁଲିଯାଏ ଭକ୍ତଟିଏ । ଭକ୍ତି ସାଗରରେ ନିଜକୁ ହଜାଇ ଭାବଗ୍ରାହୀ ପାଇଁ ହୋଇଯାଏ ଏକାକାର । ଭକ୍ତି ରସ ଭାବର ଦରିଆରେ ନିଜକୁ ତଲ୍ଲୀନ କରିଦିଏ ଭକ୍ତଟିଏ । ଆଉ ଯେତେବେଳେ ବରଷକେ ଥରେ ଚର୍ମଚକ୍ଷୁରେ କାଳିଆକୁ ଦେଖିବା, କାଳିଆ ପାଇଁ ସେବା କରିବାର ସମୟ ଆସିଛି ନିଜକୁ କେମିତି ରୋକି ପାରିବ ଛାର ମଣିଷଟିଏ ।

ଆଉ ସେଥିପାଇଁ ତ ବିଶ୍ବର ଯେଉଁ କୋଣ ଅନୁକୋଣରେ ଥିଲେ ବି ରଥଯାତ୍ରାରେ ନିଜକୁ ସାମିଲ କରିବାକୁ ନିଜକୁ ହଜାଇବାକୁ ନିଜକୁ ଲୀନ କରିବାକୁ ପଛାଏ ନାହିଁ ଭାବର ଠାକୁରର ଶ୍ରଦ୍ଧାଳୁଟିଏ । ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ ରଥଯାତ୍ରା । କେବଳ ରାଜ୍ୟ କି ଦେଶ ନୁହେଁ ଦେଶ ବାହାରେ ବି ରଥଯାତ୍ରା ଦେଖିବାକୁ ମିଳିଛି । ବିଶ୍ବର ସର୍ବ ଶକ୍ତିମାନ ତଥା ସବୁଠୁ ଧନୀ ରାଷ୍ଟ୍ର ହେଉଛି ଆମେରିକା । ଏହି ଦେଶର ବିଭିନ୍ନ ଧର୍ମର ଏବଂ ସଂପ୍ରଦାୟର ଲୋକ ବସବାସ କରିଥାନ୍ତି । ଏହା ସହିତ ଆମ ଭାରତୀୟ ମାନେ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ବସବାସ କରିଥାନ୍ତି । ତେବେ ଆମେରିକାର ମିନେସୋଟା ନାମକ ସର୍ବବୃହତ ହିନ୍ଦୁ ମନ୍ଦିରରେ ରଥ ଯାତ୍ରା ବହୁ ଉତ୍ସାହର ସହିତ ପାଳନ କରାଯାଇଥିଲା |ପୁରୀ ମନ୍ଦିର ଦ୍ୱାରା ସ୍ଥାପିତ ପରମ୍ପରା ଅନୁଯାୟୀ ଓଡିଆ ସମ୍ପ୍ରଦାୟ ଗତ 15 ବର୍ଷହେଲା ଏଠାରେ ରଥଯାତ୍ରା ପାଳନ କରିଆସୁଛନ୍ତି ।ଡ.ଏସ କେ ଦାଶ, ଗଜପତି ଭାବେ ଛେରା ପହରା କରିଥିଲେ |

Leave a Reply

Your email address will not be published. Required fields are marked *