Pratidin TV

Odisha's Digital News Platform

୨୦୨୪ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର, ଏଭଳି କିଛି କହିଲେ ଗଜପତି ମହାରାଜ..

1 min read

ଦୀର୍ଘଦିନର ବାଦ ବିବାଦ ଆନ୍ଦୋଳନ ପରେ ଆସିଲା ନିଷ୍ପତ୍ତି । ୨୦୨୪ରେ ଖୋଲିବ ରତ୍ନଭଣ୍ଡାର । ଆଗାମୀ ରଥଯାତ୍ରାରେ ଏହାକୁ ଖୋଲିବା ନେଇ ହୋଇଛି ନିଷ୍ପତ୍ତି । ରତ୍ନଭଣ୍ଡାର ବାହାର ଏବଂ ଭିତର ଖୋଲାଯାଇ ସେଠାରେ ଦୀର୍ଘ ବର୍ଷରୁ ବନ୍ଦ ରହିଥିବା ବହୁମୂଲ୍ୟ ଅଳଙ୍କାରର ଗଣନା କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି । ଗତ ଅଗଷ୍ଟ ୪ରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କ ନିକଟକୁ ଏହି ପ୍ରସ୍ତାବ ଦିଆଯାଇଛି । ତେବେ ବୁଧୁବାର ଦିନ ଗଜପତି ମହାରାଜଙ୍କୁ ବିଜେପି ନେତା ସମୀର ମହାନ୍ତି ଭେଟି ରତ୍ନଭଣ୍ଡାର ନେଇ ଆଲୋଚନା କରିଥିଲେ । ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ଖୋଲିବା ଠିକ୍ ନୁହେଁ । ରଥଯାତ୍ରା ସମୟ ରତ୍ନଭଣ୍ଡାର ଖୋଲାଯିବାର ଉଚିତ୍ ସମୟ । ଏହି ସମୟରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାରର ଗଣତି କରାଯିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *