Pratidin TV

Odisha's Digital News Platform

ଲୋକାରଣ୍ୟ ହୋଇ ଉଠିଛି ଗୁଣ୍ଡିଚା

ପୁରୀ:ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଯିବେ କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରେ ଚାଲିବ ତିନି ଠାକୁରଙ୍କ ଲୀଳାଖେଳା । ଏଥିପାଇଁ ରଥାରୁଢ ହୋଇଛନ୍ତି ମହାପ୍ରଭୁ । ଚଳଚଚଞ୍ଚଳ ଶ୍ରୀକ୍ଷେତ୍ରଧାମ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇଉଠିଛି ବଡଦାଣ୍ଡ ।
ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ବଡଦାଣ୍ଡରେ ଗଡିଛି ତିନି ରଥ । ଡାହୁକଙ୍କ ଡାକରେ ଫାଟିପଡୁଛି ସମଗ୍ର ପରିବେଶ । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସକାଳୁ ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଥିଲେ ତିନି ଠାକୁର । ଏହାପରେ ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ।
ଶଙ୍କରାଚାରର୍ଯ୍ୟମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରଥ ଉପରେ ଛେରାପହଁରା ନୀତି କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ଭଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରିଥିଲେ ମହାରାଜା । ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ କରିଥିଲେ ମହାରାଜା ଦିବ୍ୟସିଂହ ଦେବ ।
ଦୁଇ ବର୍ଷ କାଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଥିଲା କରୋନା । ଦୁଇ ବର୍ଷ ପରେ ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ପୁଣି ଦୁଲୁକୁଛି ବଡଦାଣ୍ଡ । ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦୀକୁ ବିଜେ କରିବେ ଶ୍ରୀଜିଉ । ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡଦାଣ୍ଡ ।

Leave a Reply

Your email address will not be published. Required fields are marked *