Pratidin TV

Odisha's Digital News Platform

ବଦଳିଗଲା ରାସନ କାର୍ଡ ନିୟମ ,ଆଉ ମିଳିବନି ମାଗଣା ଚାଉଳ!

1 min read

ବଦଳିଗଲା ରାସନ କାର୍ଡ ନିୟମ । ଏବେ ଆଉ ରାସନ କାର୍ଡରେ ମିଳିବନି ମାଗଣା ଚାଉଳ  । ପୂର୍ବରୁ ସରକାର ରାସନ କାର୍ଡଧାରୀମାନଙ୍କୁ ମାଗଣା ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ମାଗଣା ଚାଉଳ ଆଉ ଉପଲବ୍ଧ ହେବ ନାହିଁ ବୋଲି ଶୁଣାଯାଉଛି। ବରଂ ମାଗଣା ଚାଉଳ ବଦଳରେ ସରକାର ବର୍ତ୍ତମାନ ୯ଟି ଜରୁରୀ ଜିନିଷ ଯୋଗାଇ ଦେବେ ବୋଲି କୁହାଯାଉଛି।

ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଆଗକୁ ଯେଉଁ ମାଗଣା ଜିନିଷ ମିଳିବ ସେହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ବୋଲି କୁହାଯାଉଛି।

Advertisement

Leave a Reply

Your email address will not be published. Required fields are marked *