Pratidin TV

Odisha's Digital News Platform

ଦେଖା ଦେଲା ଅଭୁତ ଦୃଶ୍ୟ , ରତ୍ନ ଭଣ୍ଡାର ଖୋଲିବା ପରେ ବାହାରି ଆସିଲେ ଚେମେଣିଆ ..

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା ।ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଆଉ ଏହି ସମୟରେ ଦେଖାଦେଇଥିଲା ଅଭୁତ ଦୃଶ୍ୟ । ଦ୍ୱାର ଖୋଲିବା ମାତ୍ରେ ଶହ ଶହ ସଂଖ୍ୟାରେ ଚେମେଣିଆ ବାହାରକୁ ବାହାରି ଆସୁଛନ୍ତି। ଏପରିକି ବାଇଶି ପାହାଚ ସାରା ଘୂରି ବୁଲୁଛନ୍ତି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଠିକ୍‌ ସମୟରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ପରେ ଭିତର ରତ୍ନଭଣ୍ଡାର ଦ୍ୱାର ଖୋଲାଯିବ। ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଭିତରକୁ ଯାଇଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *