ଅପୂର୍ବ ସଂଯୋଗ ! ବାପ ପରେ ପୁଅ ଖୋଲିଲେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ..
1 min readବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ବହୁ ବିଚାରବିମର୍ଶ, ବୈଠକ, ପ୍ରସ୍ତୁତି ପରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ସମୟ ରେ ଖୋଲିଥିଲା ‘ରତ୍ନଭଣ୍ଡାର’ । ରତ୍ନଭଣ୍ଡାର ଖୋଲିବା ପରେ ମହାପ୍ରଭୁଙ୍କ ମହଣ ମହଣ ରତ୍ନର ଗଣତି ମଣତି ହେବ । ଅଳଙ୍କାରର ହିସାବ କରାଯିବ । ତେବେ ଏହି ରତ୍ନଭଣ୍ଡାର ଖୋଲିବାରେ ରହିଛି ଅପୂର୍ବ ସଂଯୋଗ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ସମସ୍ତେ କହୁଛି 46 ବର୍ଷ ପୂର୍ବରୁ ବାପା ଯାହା କରିଥିଲେ ପୁଣିଥରେ ପୁଅ ଆଇନ ମନ୍ତ୍ରୀ ହେବା ପରେ ପୁଣି ସେହି କାର୍ଯ୍ୟ କରିଛନ୍ତି । ଶେଷ ଥର ଲାଗି 1977 ମସିହାରେ ଖୋଲାଯାଇଥିଲା ରତ୍ନ ଭଣ୍ଡାର । 1977ମସିହାରେ ନୀଳମଣି ରାଉତରାୟଙ୍କ ସରକାରରେ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ ।
ସେତେବେଳେ ଭିତର ରତ୍ନ ଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନଭେଣ୍ଟୋରୀ ପ୍ରସ୍ତୁତ କରାଯାଇଥିଲା । ସେହିବର୍ଷ ମେ’ 13 ତାରିଖରୁ ଜୁଲାଇ 23 ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି ହୋଇଥିଲା । ଏହି ତଥ୍ୟ ଆଧାରରେ 454 ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ରହିଥିବା ଉଲ୍ଲେଖ ରହିଛି । ଏହାର ପରିମାଣ ପ୍ରାୟ 12,883 ଭରି । ସେହିପରି ମୋଟ 22,153 ଭରିର ରୂପା ଅଳଙ୍କାର ରହିଥିବା ମଧ୍ୟ ଜଣାପଡିଥିଲା । ଏବେ ଭେଟେରାନ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଏବେ ଆଇନ ମନ୍ତ୍ରୀ ଅଛନ୍ତି । ତାଙ୍କ ସମୟରେ ମଧ୍ୟ ଏହି ଶୁଭକାର୍ଯ୍ୟ ହେଉଛି । ଖୋଲାଯାଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ତାଙ୍କ ବାପାଙ୍କ ସମୟରେ ରତ୍ନ ଭଣ୍ଡାର ଖୋଲିଥିବା ବେଳେ ସେ ଆଇନ ମନ୍ତ୍ରୀ ଥିଲା ସମୟରେ ରତ୍ନ ଭଣ୍ଡାର ଖୋଲିଛି । ଯାହାକି ଏକ ଅପୂର୍ବ ସଂଯୋଗ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।