Pratidin TV

Odisha's Digital News Platform

ସ୍ଥାନାନ୍ତର ହେଲା ରତ୍ନଭଣ୍ଡାରର ଅଳଙ୍କାର , ଭିତରେ ନାହିଁ କୌଣସି ସୁଡ଼ଙ୍ଗ ..

1 min read

୫ଦଶନ୍ଧି ପରେ ରତ୍ନଭଣ୍ଡାରରେ ହେବ ଗଣତି ମଣତି । ଭିତର ରତ୍ନଭଣ୍ଡାରରୁ ସରିଲା ଅଳଙ୍କାର ସ୍ଥାନାନ୍ତର । ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ମୂଲ୍ୟବାନ ସାମଗ୍ରୀ ରଖିବା ପରେ କବାଟ ସିଲ୍ କରାଯାଇଛି । ସମସ୍ତ ଅଳଙ୍କାର ଭିଡିଓଗ୍ରାଫି ରେ ରହିବ । ଏହି କାମ କରିବା ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବାହାରିଲା ପରେ ଗଣମାଧ୍ୟମକୁ ସେ କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ପୂର୍ବରୁ ପ୍ରଥମ ଦଫାରେ ଗତ ୧୪ ତାରିଖରେ ବାହାର ଭଣ୍ଡାର ଖୋଲାଯାଇଥିବା ବେଳେ ଆଜି ବହୁ ପ୍ରତୀକ୍ଷିତ ଭିତର ରତ୍ନଭଣ୍ଡାର ଖୋଲିଛି। ଓଡ଼ିଶାବାସୀଙ୍କର ଯେଉଁ ଆଶା ଓ ଆଶଙ୍କା ଥିଲା ତାହା ଦୂର ହୋଇଛି। ସବୁ ଅଲଙ୍କାର ସୁରକ୍ଷିତ ରହିଛି। ଏହା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି।ବିଶ୍ବନାଥ ରଥ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁନି। ଏଥିସହ ଜଷ୍ଟିସ ରଥ କହିଛନ୍ତି, ରତ୍ନଭଣ୍ଡାରରେ କଣ ଅଛି କାହାକୁ କୁହାଯିବ ନାହିଁ। ଆପଣଙ୍କ ଘରେ କ’ଣ ଅଳଙ୍କାର ଅଛି, ଆପଣ କାହାକୁ କହିନଥାନ୍ତି। ସେମିତି ମହାପ୍ରଭୁଙ୍କର କ’ଣ ଅଳଙ୍କାର ଅଛି, ତାକୁ ପ୍ରକାଶ କରିବୁ ନାହିଁ। ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ। ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ।

Advertisement

Leave a Reply

Your email address will not be published. Required fields are marked *