Pratidin TV

Odisha's Digital News Platform

ରବିବାର ଖୋଲିବ ତ ରତ୍ନଭଣ୍ଡାର, ଆଜି ଆସିବ SOP ! 

1 min read

ଆଜି କିମ୍ବା ଆସନ୍ତାକାଲି ସ୍ପଷ୍ଟ ହେବ ରତ୍ନଭଣ୍ଡାରର SOP | ଆଇନଗତ ଏବଂ ବିଭିନ୍ନ ଦିଗରେ ଚାଲିଛି ତର୍ଜମା | ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି |

ଆସନ୍ତା ୧୪ରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତି ନିଆଯାଇଛି | ସୂଚନା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବଢୁଛି ଉତ୍କଣ୍ଠା | ବିଧିବଦ୍ଧ ତାରିଖ ଘୋଷଣାକୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷା | ଧାର୍ଯ୍ୟ ତାରିଖରେ ରତ୍ନଭଣ୍ଡାର ଖୋଲିବାର ପ୍ରାୟତଃ ସ୍ପଷ୍ଟ ବୋଲି କହିଲେ ଆଇନ ମନ୍ତ୍ରୀ | ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିର ନିଷ୍ପତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିର ମହୋର ମାରିସରିଛି |

ଏହି ପ୍ରସ୍ତାବ ସରକାରଙ୍କ ପାଖରେ ପହଞ୍ଚିବା ପରେ ଏନେଇ ବିଧିବଧ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ସରକାର | ଏନେଇ ଏହି ସ୍ଥରରେ ବିଜ୍ଞପ୍ତି ବାହାରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିଛି | ସରକାର ଏହା ଉପରେ ଖୁବ ଶୀଘ୍ର ନିଷ୍ପତି ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଯାଇ କହିଛନ୍ତି ଆଇନ ମନ୍ତ୍ରୀ |

Leave a Reply

Your email address will not be published. Required fields are marked *