Pratidin TV

Odisha's Digital News Platform

ଅସତ୍ୟ ଉପରେ ହେଲା ସତ୍ୟର ବିଜୟ , ରାବଣଙ୍କୁ ଶର ବିନ୍ଧିଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି…

1 min read

ଏବେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଚାରିଆଡେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା । ଆଜି ସାରା ଭାରତରେ ଦଶହରା ଓ ଦୁର୍ଗା ପୂଜା ପାଳନ କରୁଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ଏହି ଉତ୍ସବରେ ଶୁଭେଚ୍ଛା ଜଣାଇଛନ୍ତି। ଦଶହରା ଉତ୍ସବର ଏକ ଅଂଶ ଭାବରେ ଲାଲ କିଲ୍ଲାର ମାଧବଦାସ ପାର୍କରେ ରାବଣ, ମେଘନାଦ ଓ କୁମ୍ବକର୍ଣ୍ଣର ପ୍ରତିମୂର୍ତ୍ତୀ ପୋଡାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।

ଶନିବାର ଦିନ ସନ୍ଧ୍ୟାରେ ଦିଲ୍ଲୀରେ ଶ୍ରୀ ଧର୍ମିକ୍ ଲୀଳା ସମିତି ଦ୍ୱାରା ଆୟୋଜିତ ଦଶହରା ମହୋତ୍ସବରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅପରାହ୍ନ ୫.୩୦ ରେ ଆରମ୍ଭ ହୋଇଥିଲା ଏବଂ ଗତ ୮ ରୁ ୧୦ ଦିନ ଧରି ଚାଲିଆସୁଥିବା ୧୦୧ ବର୍ଷୀୟ ପୁରୁଣା ରାମଲିଳାର ଉତ୍ସବ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ତିନୋଟି ପୁତୁଳା ଜଳିବା ସହିତ ସମାପ୍ତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *