Pratidin TV

Odisha's Digital News Platform

ପୁଣି ଜଳାର୍ଣ୍ଣବ ହେଲା ରେଭେନ୍ସା ବିଶ୍ବ ବିଦ୍ୟାଳୟ : ୫ ବର୍ଷ ହେବ ହୋପାରୁନି ଡ୍ରେନିଂ କାମ ..

1 min read

କଟକ : ଜଳାର୍ଣ୍ଣବ ହେଲା ରେଭେନ୍ସା ବିଶ୍ବ ବିଦ୍ୟାଳୟ ପରିସର। ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି କ୍ଲାସ କରିବାକୁ ଗଲେ ଛାତ୍ରଛାତ୍ରୀ। ଯେଉଁ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ରାଜ୍ୟ ତଥା ଦେଶ ବାହାରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଅର୍ଜନ କରିବାକୁ ଆସୁଛନ୍ତି, ସେଇଠି ଘଣ୍ଟାଏ ବର୍ଷାରେ କୃତ୍ରିମ ପୋଖରୀ ପାଲଟିବାର ଦୃଶ୍ୟ ନିଶ୍ଚିତ କଟକର ଛବିକୁ ଖରାପ କରୁଛି। ଏକ ଘଣ୍ଟା ବର୍ଷାରେ ଯଦି ଏଭଳି ଅବସ୍ଥା ତେବେ ଲଗାଣ ବର୍ଷାରେ ଅବସ୍ଥା କ’ଣ ହେବ ତାହା ଆପଣ ଭାବନ୍ତୁ ? ଦିନେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମେୟର ଓ ବିଧାୟକ ସୌଭିକ୍ ବିଶ୍ୱାଲ ଆସିଥିଲେ ଆଉ ଜଳବନ୍ଦୀ ନହେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ହେଲେ ଗୋଟିଏ ଘଣ୍ଟା ର ବର୍ଷା ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆଣ୍ଠୁଏ ଲେଖାଏଁ ପାଣି। ପ୍ରତିଶୃତି ଦେଇ ଭୁଲି ଗଲେକି ମେୟର ଏବଂ ବିଧାୟକ । ଆଜ୍ଞା ଏକଥା ଆମେ କହୁନୁ ରେଭେନ୍ସର ଏଭଳି ଦୁର୍ଦଶା କହୁଛି ।

ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ଦିନ ହେଲାଣି ଅର୍ଥ ଥାଇ ମଧ୍ୟ ହୋଇପାରୁନି ଆଭ୍ୟନ୍ତରୀଣ ଡ୍ରେନ୍ ନିର୍ମାଣ । ବିଶ୍ୱବିଦ୍ୟାଳୟ ଓ କଟକ ମହାନଗର ନିଗମ ସିଏମସି ମଧ୍ୟରେ ଯୋଗସୂତ୍ର ନ ରହିବାକୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏହାର ସ୍ଥାୟୀ ସମାଧାନ ହୋଇପାରୁନି । ଗତବର୍ଷ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପାଣି ପଶିବା ସହ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । କିଏ କାମ କରିବ ତାକୁ ନେଇ ଅନିଶ୍ଚିତତା ମଧ୍ୟ ଦେଖାଦେଇଥିଲା । ବର୍ଷା ଜଳ ନିଷ୍କାସନ ନିମନ୍ତେ ରେଭେନ୍ସା କୁଳସଚିବ ସିଏସିଙ୍କୁ ମଧ୍ୟ ଚିଠି ଲେଖିଥିଲେ । ବିଶ୍ୱବିଦ୍ୟାଳୟରେ ଅଟ୍ଟାଳିକା ସଂଖ୍ୟା ବଢୁଥିଲେ ମଧ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନ ସୁବିଧା ନାହିଁ । ରେଭେନ୍ସ କତ୍ତୃପକ୍ଷ ନୂଆ ଡ୍ରେନ ନିର୍ମାଣ ପାଇଁ ନକ୍ସା ଓ ବ୍ୟୟ ଅଟକଳ ପ୍ରଦାନ ପାଇଁ ୱାଟକକୁ ଚିଠି ଲେଖି ଚୁପ୍ ହୋଇ ବସିଥିଲେ । ପୁନର୍ବାର ବର୍ଷା ଋତୁ ପାଖେଇ ଆସିବାରୁ ଏବେ ସିଏମସିକୁ ଚିଠି ଲେଖିଛନ୍ତି । ତେବେ ସିଏମସି ଅବହେଳା ଯୋଗୁଁ କ୍ୟାମ୍ପସ୍ ଜଳାର୍ଣ୍ଣବ । ହେଉଥିବା ରେଭେନ୍ସା କତ୍ତୃପକ୍ଷ କହିଥିଲେ ।

Advertisement

ରେଭେନ୍ସା ବାହାର ମାଲଗୋଦାମ ପାଖ ଡ୍ରେନ କାମ ସିଏମସି କରିବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଅର୍ଥଥାଇ ମଧ୍ୟ ଆଭ୍ୟନ୍ତରୀଣ ଡ୍ରେନ କାମ ରେଭେନ୍ସା କରୁନଥିବା ବେଳେ ସିଏମସି ମଧ୍ୟ କାମରେ ଅବହେଳା ଦେଖାଇଛି । କିନ୍ତୁ ଏସବୁ ଭିତରେ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ଆଣ୍ଟୁଏ ପାଣିରେ ପଶି କ୍ଲାସ ରୁମ୍ ଆସୁଛନ୍ତି ଛାତ୍ରଛାତ୍ରୀ । ସେହିଭଳି ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଦୁଃଖ କହିଲେ ନସରେ ଅସରାଏ ବର୍ଷାରେ କ୍ୟାମ୍ପସ୍ ଭିତରେ ଜଳଭର୍ତ୍ତି ହୋଇଯାଉଥିବାର ହଷ୍ଟେଲରୁ କ୍ଲାସ ଲାବ୍ରେରୀ ପାଇଁ ହନ୍ତସନ୍ତ ହେଉଛନ୍ତି । ଅପରିଷ୍କାର ପାଣିରେ ପଶି ଆସିବା ଦ୍ୱାରା ଅନେକ ଛାତ୍ରଛାତ୍ରୀଙ୍କ ଗୋଡ ଇନଫେକ୍ସନ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *