Pratidin TV

Odisha's Digital News Platform

ରେଭେନ୍ସାରେ ଚାଲିଛି ଏକ ଛତ୍ରବାଦୀ ଶାସନ , ହଷ୍ଟେଲ ଛାତ୍ରୀମାନଙ୍କୁ ମିଳୁନାହିଁ ସ୍ୱାଧୀନ

1 min read

କଟକ : ନିକଟରେ ରେଭେନ୍ସା କତ୍ତୃପକ୍ଷ ନିଜ ମନମୁତାବକ ଛାତ୍ରଛାତ୍ରୀମାନଙ୍କ ଉପରେ ଏକଛତ୍ରବାଦୀ ଶାସନ ଚଳାଇଥିଲେ । ଯାହାଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କର ଆନ୍ଦୋଲନ ଜୋର ଧରିଥିଲା । ଏହାପରେ କତ୍ତୃପକ୍ଷ ବାଧ୍ୟ ହୋଇ ନିଜର ନିଷ୍ପତ୍ତତିକୁ ପ୍ରତ୍ୟାହାର କରିଥିଲେ । ତେବେ ପୁଣି ରେଭେନ୍ସା ଛାତ୍ରୀବାସରେ ଦେଖାଦେଇଛି ସେହି ଏକଛତ୍ର ଶାସନ । ରେଭେନ୍ଶା ଉଚ୍ଚ ମାଧ୍ୟ୍ୟମିକ ସରକାରୀ ଛାତ୍ରୀବାସରେ ଏବେ ଏକଛତ୍ର ଶାସନ ଚାଲିଛି । ହଷ୍ଟେଲ ପରିଚାଳକ ଏବଂ ହଷ୍ଟେଲର ମୁଖ୍ୟ, ପିଲାମାନଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି । ଏହାସହ ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଅଧିକାର ଗୁଡିକୁ ଛଡାଇ ନେବାକୁ ଯୋଜନା ବଦ୍ଧ ଭାବେ କାର‌୍ୟ୍ୟ କରୁଛନ୍ତି ହଷ୍ଟେଲ କତ୍ତୃପକ୍ଷ । ଏନେଇ ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ବାର୍ଷିକ ପରୀକ୍ଷା ଥିବା ବେଳେ ହଷ୍ଟେଲ ପରିଚାଳକ ପିଲାମାନଙ୍କ ଟ୍ୟୁସନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଏନେଇ ପିଲାମନେ ମାନସିକ ଚାପରେ ଥିବା ଜଣାପଡିଛି । ଏପରିକି ପିଲାଙ୍କୁ ସକାଳ ଏବଂ ସନ୍ଧ୍ୟାରେ ଜଳଖିଆ କରିବା ପାଇଁ ମଧ୍ୟ୍ୟ ବାହାରକୁ ଯିବା ପାଇଁ ଅନୁମତି ଦେଉ ନାହାନ୍ତି ହଷ୍ଟେଲ ପରିଚାଳକ । ଏହାସହ ଅଭିଭାବକଙ୍କୁ ବାଧ୍ୟ କରା ଯାଉଛି କି ପିଲା ବାହାରକୁ ଯିବା ପାଇଁ ହେଲେ ଲିଖିତ ପ୍ରମାଣ ହସ୍ତଗତ କରାଯାଉ ।

Advertisement

ପିଲାମାନଙ୍କ ଅସୁବିଧା ଏବଂ ଅଭିଯୋଗକୁ ବାରମ୍ବାର ଅଣଦେଖା କରୁଛନ୍ତି ପରିଚାଳକ । ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ପିଲାମାନେ ଅଧିକ ଅଭ୍ୟାସ ଏବଂ ପ୍ରସ୍ତୁତି ପାଇଁ କୋଚିଂ ଉପରେ ନିର୍ଭର କରୁଥିବା ବେଳେ, ହଷ୍ଟେଲ ପରିଚାଳକଙ୍କ ଏଭଳି ନିୟମ ପାଇଁ ପିଲାମାନଙ୍କର ପରୀକ୍ଷା ପ୍ରସ୍ତୁତିରେ ବାଧା ଉପୁଜୁଛି । ଯାହା ବର୍ତ୍ତମାନ ସେମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ପିଲାମାନେ ସରକାରୀ ଛାତ୍ରୀନିବାସରେ ରହି ଯଦି ଏପରି ସମସ୍ୟାର ସମମ୍‌ୁଖିନ ହେବେ । ତେବେ ଆଗକୁ ରେଭେନ୍ସା ଛାତ୍ରୀନିବାସର ନାଁ ତଳକୁ ଖସିଯିବାର ସମ୍ବାବନା ରହିଛି ।

Leave a Reply

Your email address will not be published. Required fields are marked *