ସରକାରଙ୍କ ନିୟମକୁ ଖୁଲମ୍ ଖୁଲା ଭାଙ୍ଗୁଛନ୍ତି ପ୍ରିନ୍ସିପାଲ ମ୍ୟାଡାମ୍ , ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ….
1 min readକଟକ : ରେଭେନ୍ସା +୨ କନିଷ୍ଠ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅସନ୍ତୋଷ । ରାଜ୍ୟ ସରକାରଙ୍କ ତରଫରୁ ଯୁବ ବିକାଶ ପାଇଁ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢି ଙ୍କ ଭିତରେ କଳା, ସଂସ୍କୃତି, ଓ କ୍ରୀଡ଼ା ର ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ବିଭିନ୍ନ କଲେଜ୍ ର ଛାତ୍ର ଛାତ୍ରୀ ମାନଙ୍କର କ୍ଷମତା ବିକାଶ ପାଇଁ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ସମାଜକୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ । କିନ୍ତୁ ଏହାରି ଭିତରେ ଦେଖାଦେଇଛି ଛାତ୍ର ଅସନ୍ତୋଷ । ଯେଉଁଠି ସରକାର ଏହିଭଳି କାର୍ଯ୍ୟକ୍ରମ ସାହାଯ୍ୟରେ ଯୁବପିଢିଙ୍କୁ ସଶକ୍ତ କରିବା ଆହ୍ବାନ ଦେଇଥିବା ବେଳେ ରେଭେନ୍ସା କଲେଜର ଯୁକ୍ତଦୁଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରକାଶ ପାଇଛି କ୍ଷୋଭ । ଛାତ୍ର ଛାତ୍ରୀ ମାନଙ୍କ କହିବା ଅନୁସାରେ, କନିଷ୍ଠ ବିଦ୍ୟାଳୟର ପରିସର କୁ ରାଜନୀତିକରଣ ଠାରୁ ଦୂରରେ ରଖିବା ପାଇଁ ରାଜ୍ୟ ସରକାର କହୁଥିବା ବେଳେ ରେଭେନ୍ସା କନିଷ୍ଠ ବିଦ୍ୟାଳୟରେ କତୃପକ୍ଷ ମାନେ ସରକାରଙ୍କ ନିୟମକୁ ଖୁଲମ୍ ଖୁଲା ଭଙ୍ଗ କରୁଛନ୍ତି । ନିଜେ କନିଷ୍ଠ ବିଦ୍ୟାଳୟର ପ୍ରିନ୍ସିପାଲ ଆରତୀ ତ୍ରିପାଠୀ ପିଲାମାନଙ୍କୁ ଜୋର ଜବରଦସ୍ତ ୧୦ ରୁ ୪ ଟାଯାଏଁ ଏହି କାର୍ଯ୍ୟକ୍ରମରେ ରହିବାକୁ ବାଧ୍ୟ କରୁଛନ୍ତି । ଯାହାଦ୍ୱାରା ପିଲାମାନଙ୍କ ପାଠପଢା ପ୍ରଭାବିତ ହେବା ଫଳରେ ସେମାନଙ୍କର ବହୁ ମୂଲ୍ୟ ସମୟ ନଷ୍ଟ ହେଉଛି । ଏହ ସହ ହଷ୍ଟେଲ ଛାତ୍ରଛାତ୍ରୀ ମାନେ ମଧ୍ୟ ନାହିଁ ନଥିବା ସମସ୍ୟ୍ୟାର ସମ୍ମୁଖୀନ ହେଉଛନ୍ତି ।
୧୦ ରୁ ୪ଟା କ୍ଲାସ ପରେ ହଷ୍ଟେଲ ଛାତ୍ରଛାତ୍ରୀ ମାନେ ମାତ୍ର ୧ ଘଣ୍ଟା ପାଇଁ ବାହାରକୁ ଟୂସନ ଯାଇପାରିବେ । ଅର୍ଥାତ୍ ୫ ଟା ଭିତରେ ହଷ୍ଟେଲ ଗେଟ୍ ବନ୍ଦ କରିଦିଆଯାଉଛି । ତେବେ +୨ ରେ ପାଠ ପଢାକୁ ଗୁରୁତ୍ୱର ସହ ନେବା ପାଇଁ ପିଲାମାନଙ୍କ ଉପରେ ଘରୁ ଚାପ ପଢୁଥିବା ବେଳେ ଏପଟେ କଲେଜ୍ କତ୍ତୃପକ୍ଷ ଓ ପ୍ରିନ୍ସିପାଲ ମ୍ୟାଡାମଙ୍କ ଏପରି ିକାର୍ଯ୍ୟ ସେମାନଙ୍କ ମାନସିକ ଚାପକୁ ବଢାଉଥିବା କହିଛନ୍ତି ଛାତ୍ରଛାତ୍ରୀ । କଲେଜ୍ ରେ ୧୦ ରୁ ୪ ଟା କ୍ଲାସ ପରେ ଟ୍ୟୂସନ ପାଇଁ ସମୟ ବଞ୍ଚୁନଥିବାରୁ ପିଲାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ ମାନେ । ବୁଧବାର ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ ମାନଙ୍କୁ ଆସିବାକୁ ବାଧ୍ୟତା ମୂଳକ କରାଯାଇଛି । ଏବଂ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଯୋଗଦାନ ଦେବା ସହିତ ଉପସ୍ଥିତ ନ ରହିଲେ ରେଭେନ୍ସା ବିଶ୍ଵ ବିଦ୍ୟାଳୟର କତୃପକ୍ଷଙ୍କ ପକ୍ଷରୁ ଗମ୍ଭୀର ଦୃଷ୍ଟିରେ ନିଆଯିବ ବୋଲି ଚେତାବନୀ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି ।