Pratidin TV

Odisha's Digital News Platform

ଅନାଥ ପିଲାଙ୍କ ସହ ନିଜ ବିବାହ ବାର୍ଷିକ ପାଳନ କଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ..

1 min read

ଭୁବନେଶ୍ୱର : ଆଜିକାଲି ମର୍ଡନ ସମାଜରେ ଛୋଟରୁ ବଡ ସେଲିବ୍ରେଶନ ପାଇଁ ବା ନିଜର କିଛି ଖୁସି ମନାଇବା ପାଇଁ ଆମେମାନେ ରେଷ୍ଟୁରାଣ୍ଟ ହୋଟେଲ ଇତ୍ୟାଦି ଜାଗା ଗୁଡିକୁ ବାଛିଥାଉ । ସାଧାରଣତ ଆଜିକାଲି ସମାଜରେ ଏହା ଏକ ପ୍ରକାରର ଟ୍ରେଣ୍ଡ ବା ଫ୍ୟାଶନ କହିଲେ ଚଳେ । କିନ୍ତୁ ଆମର ଏହି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କିଛି ଭିନ୍ନ କାର୍ଯ୍ୟ ଦ୍ୱାରା ସମାଜକୁ ଏକ ପ୍ରେରଣା ଦେଇଥାନ୍ତି । ଆଜ୍ଞା ହଁ ଆମେ ଏଠି କହୁଛୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣାମଧ୍ୟମ ବିଭାଗର ପ୍ରଫେସର ଡଃ ଦେବିଲାଲ ମିଶ୍ରଙ୍କ କଥା । ସେମିତିରେ ସାରଙ୍କ ନିଆରା କଥା , ବ୍ୟକ୍ତିତ୍ୱ ଓ ପ୍ରତିଭାରେ ସେ ଚାରିଆଡେ ଚର୍ଚ୍ଚିତ । ତାଙ୍କର ଏକ କବିତା ‘ଆମ ଆଇ ଫ୍ରି’ ଆମେରିକାର ହାର୍ଭାଡ୍ ବିଶ୍ୱବିଦ୍ୟାଳୟର ସାଉଥ୍ ଏସିଆନ ଷ୍ଟଡିଜ୍ ବିଭାଗ , ପୋଏଟ୍ ଅପ୍ ନିୟୁ ଇଂଲଣ୍ଡ ଏବଂ ଇଣ୍ଡିଆ ଡିସକଭରି ସେଣ୍ଟରର ମିଳିତ ଆନୁକୂଲ୍ୟରେ ମୁକ୍ତିର ସ୍ୱର କାର୍ଯ୍ୟକମରେ ପାଠ କରାଯାଇଥିଲା ।

କିନ୍ତୁ ନିକଟରେ ସେ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ଆଜିର ଯୁବପିଢୀଙ୍କୁ ଏକ ଭିନ୍ନ ବାର୍ତ୍ତା ଦେଇଛି । ନିଜେ ଖୁସିରେ ରହିବା କିଛି ଭୁଲ କଥା ନୁହଁ ବରଂ ଯଦି ଆମେ ନିଜେ ଖୁସି ହେବା ସହ ଅନ୍ୟ କାହା ମୁହଁରେ ହସ ଫୁଟାଇ ପାରିଲେ ତାହାହିଁ ମଣିଷ ଜୀବନର ସାର୍ଥକତା ପାଲଟିଯିବ । ତେବେ ଚଳିତ ବର୍ଷ ମେ ୨ ତାରିଖ ଦିନ ନିଜର ଧର୍ମପତ୍ନୀ ଅର୍ଚ୍ଚନା ମିଶ୍ର(ଅଧ୍ୟାପିକା)ଙ୍କ ସହ ଡଃ ଦେବିଲାଲ ମିଶ୍ର SAA (Specialised adoption center) ରେ ନିଜର ୨ୟ ବିବାହ ବାର୍ଷିକ ପାଳନ କରିଥିଲେ । ସେଠାରେ ପିଲାମାନଙ୍କୁ ଭବିଷ୍ୟତ ଉପଯୋଗି କିଛି ଗୁରୁମନ୍ତ୍ର ଦେବା ସହ ପିଲାମାନଙ୍କୁ ନିଜ ହାତରେ ଖାଦ୍ୟ ବାଣ୍ଟିଥିଲେ ଓ ଆବଶ୍ୟକିୟ ସାମଗ୍ରୀ ମଧ୍ୟ ଯୋଗାଇଦେଇଥିଲେ । ତାଙ୍କ ଉପସ୍ଥିତି ଯୋଗୁ ପିଲାମାନେ କେତେ ଖୁସିଥିଲେ ତାହା ଆପଣମାନେ ଫଟୋ ଦେଖି ହିଁ ଜାଣିପାରୁଥିବେ ।

ତେବେ ନିଜର ଏଭଳି କାମରେ ଦେବିଲାଲ୍ ସାର୍ ଆମ ସମାଜକୁ ଅନେକ କିଛି ଶିକ୍ଷା ଦେଇଛନ୍ତି । ନିଜର ଖୁସିକୁ ସେ କୁନି କୁନି ପିଲାଙ୍କ ମୁହଁରେ ଫୁଟାଇପାରିଛନ୍ତି । ତାହାହିଁ ଜୀବନର ବଡ ସଫଳତା କହିଲେ କିଛି ଭୁଲ ହେବ ନାହିଁ । ସେଇ ସମସ୍ତ କୁନି କୁନି ପିଲାମାନଙ୍କୁ ଦେବିବାଲ ସାର୍ ଏବଂ ତାଙ୍କ ଧର୍ମପତ୍ନୀ ନିଜର ସନ୍ତାନ ଭାବି ଅନେକ ଭଲପାଇବା ଦେଇଥିଲେ । ତେବେ ଆପଣମାନେ ମଧ୍ୟ ଚାହିଁଲେ ନିଜ ସକ୍ଷ ଅନୁସାରେ ଏହି ପିଲାମାନଙ୍କ ମୁହଁରେ ହସ ଫୁଟାଇପାରିବେ ।

Leave a Reply

Your email address will not be published. Required fields are marked *