Pratidin TV

Odisha's Digital News Platform

ରବି କିଶନଙ୍କୁ ସ୍ୱାମୀ କହି ଅଡୁଆରେ ମାଆ ଝିଅ , ଥାନାରେ ରୁଜୁ ହେଲା ମାମଲା ..

1 min read

ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଷାନ ଶୁକ୍ଲାଙ୍କ ସ୍ତ୍ରୀ ଏବଂ ତାଙ୍କ ଝିଅକୁ ତାଙ୍କ ଝିଅ କହିବା ଏବେ ମହିଳାଙ୍କ ପାଇଁ ପଡିଗଲା ଭାରି । ଏବେ ଖୁବ୍ ଶୀଘ୍ର ବନ୍ଧାହେବାକୁ ଯାଉଛନ୍ତି ମହିଳା । କେବଳ ମହିଳା ନୁହନ୍ତି ମହିଳାଙ୍କ ସହିତ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ ଜଣେ ମହିଳା ସାଂସଦ ରବି କିଷାନ ଶୁକ୍ଲାଙ୍କୁ ତାଙ୍କ ଝିଅର ପିତା ବୋଲି ଦାବି କରୁଥିଲେ ଜଣେ ମହିଳା । ଏହାପରେ ମିଳିଛି ।ରବି କିଷନଙ୍କ ପତ୍ନୀ ପ୍ରୀତି ଶୁକ୍ଲାଙ୍କ ଅଭିଯୋଗ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ହଜରତଗଞ୍ଜ ପୁଲିସ ଷ୍ଟେସନରେ ଏଫ୍‌ଆଇଆର୍ ପଞ୍ଜିକୃତ ହୋଇଥିବା ସୂଚନା ରହିଛି ।

ଏଫ୍‌ଆଇଆରରେ ଅଭିଯୁକ୍ତା ମହିଳା ଅପର୍ଣ୍ଣା ଠାକୁରଙ୍କ ସମେତ ତାଙ୍କ ସ୍ୱାମୀ ରାଜେଶ ସୋନି, ଝିଅ ସେନୋଭା ସୋନି, ପୁଅ ସୋନକ ସୋନି, ସମାଜବାଦୀ ପାର୍ଟି ନେତା ବିବେକ କୁମାର ପାଣ୍ଡେ ଏବଂ ସାମ୍ବାଦିକ ଖୁର୍ସିଦ ଖାନଙ୍କ ନାମ ମଧ୍ୟ ରହଛି । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଧାରା ୧୨୦-ବି (ଷଡଯନ୍ତ୍ର), ୧୯୫ (ମିଥ୍ୟା ପ୍ରମାଣ ଦେବା), ୩୮୬ (ଭୟଭୀତ କରାଇବା), ୩୮୮ (ଧମକ ଦେବା), ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି । ରବିକିଶନଙ୍କ ପତ୍ନୀ ତାଙ୍କ ଏଫ୍‌ଆଇଆରରେ ଅଭିଯୋଗ କରିଛନ୍ତି ଯେ ଅପର୍ଣ୍ଣା ତାଙ୍କୁ ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ଅଛି । ତା ସହ ସେ କହିଛନ୍ତି ଅପର୍ଣ୍ଣା ୨୦ କୋଟି ଟଙ୍କା ଦାବି କରିବା ପରେ ତାଙ୍କ ସ୍ୱାମୀଙ୍କ ନାମରେ ଏଭିଳି ମିଥ୍ୟା ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *