Pratidin TV

Odisha's Digital News Platform

ନିର୍ବାଚନ ସମୟରେ ପାର୍ଥୀ ସ୍ଥାନରେ ଗାଁ ଲୋକ ରଖିଲେ ଡିମାଣ୍ଡ ରାସ୍ତା ନାହିଁ ତ ଭୋଟ ନାହିଁ

1 min read

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚୟତ ରାବ ଗୁଡା ଗାଁ ଲୋକେ ଆଜି ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଗାଁର ମହିଳା ପୁରୁଷ, ବୃଦ୍ଧ ବୃଦ୍ଧା ସମସ୍ତେ ମିଶି ଗାଁ ମୁଣ୍ଡରେ ଗୋଟେ ଭୋଟ ବର୍ଜନର ପୋଷ୍ଟର ଲଗେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇ ସରକାଙ୍କୁ ଦେଇଛନ୍ତି ଚେତାବନୀ।

ଏହି ରାବଗୁଡ଼ା ଗାଁରେ ୩0 ପରିବାର ବସ ବାସ କରୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ରହି ଆସୁଛନ୍ତି,କିନ୍ତୁ ଗାଁର ଦୁର୍ଦ୍ଦଶା କହିଲେ ନ ସରେ ପାନୀୟ ଜଳ, ରାସ୍ତା ଘାଟ, ଗାଧୁଆ ତୁଟ,ଶ୍ମଶାନ ଘାଟ, ସୋଲାର ଲାଇଟ,ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଜଙ୍ଗଲ ଜମି ପଠା ଚିହ୍ନିଟ ସହ କଲ୍ୟାଣି ନଦୀରେ ବ୍ରିଜ଼ ନିର୍ମାଣକୁ ନେଇ ବିଭିନ୍ନ ସମସ୍ୟାରେ ଗତି କରି ଆସୁଥିବା ବେଳେ ବ୍ଲକ ପ୍ରଶାସନରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଙ୍କୁ ଲିଖିତ ଭାବେ ଜଣେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନି ବୋଲି ଆମେ ଗାଁ ଲୋକେ ସମସ୍ତେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *