Pratidin TV

Odisha's Digital News Platform

ରାସ୍ତା ପାଲଟିଛି ମରଣ ଯନ୍ତା , ଚାଲିଗଲାଣି ପାଞ୍ଚ ଜଣଙ୍କର ଜୀବନ ..

1 min read

ଏ ହେଉଛି ସେହି ମରଣ ଯନ୍ତା । ଯେଉଁଠି କାହାର ପୁଅ ପୁଣି କାହାର ସ୍ୱାମୀ , ଆଉ କାହାର ଆତ୍ମୀୟ ଲୋକଙ୍କୁ ଛଡାଇ ନେଇ ତାଙ୍କୁ ବେସାହାରା କରି ଛାଡିଦେଇଛି କେବଳ କାନ୍ଦିବା ପାଇଁ । ଜଣ ଜଣକରି ପାଞ୍ଚ ଜଣଙ୍କର ମୁଣ୍ଡ ନେଇସାରିଲାଣି ଏହି ମରଣ ଯନ୍ତା । ବି ଭାଙ୍ଗୁନି ପ୍ରଶାସନ ର ନିଦ । ଆଜି ବି ଏଠାରେ ଘଟିଥିବା ଦୁର୍ଘଟଣା କଥା ମନେ ପଡିଲେ ଭୋକ ଶୋଷ ହଜିଯିବା ସହ ଦେହର ଲୋମ ଟାଙ୍କୁରି ଉଠୁଛି , ଯାହାକି ସେତେବେଳେ ରାଜ୍ୟରେ ଏକ ପ୍ରକାର ଚାଞ୍ଚଲ୍ୟ ସୁଷ୍ଟି କରିଥିଲା ।


ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିକରପାଇ ପଞ୍ଚାୟତ ତଳସଜା ଓ ଉପରସଜା ଗ୍ରାମର ନିର୍ମାଣଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁସୁଡି ପଡିବା ଫଳରେ ୫ଜଣଙ୍କର ଜୀବନ ଚାଲିଯାଇଥିଲା । ପରେ ଏହି ଘଟଣାକୁ ନେଇ ସାଙ୍ଗେ ସାଙ୍ଗେ ଗ୍ରାମ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହାକାରୀ ଯନ୍ତ୍ରୀ ରାଜେଶ ମଣ୍ଡଳ ଓ କନିଷ୍ଠ ଯନ୍ତ୍ରୀ ଭେଙ୍କଟ ମୁଦୁଲି ଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ନିଲମ୍ବନ ମଧ୍ୟ କରାଇଥିଲା । ତା ସହିତ ଖୁବ୍‌ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ସହ ଅଧା ଖଣ୍ଡିଆ ହୋଇ ପଡ଼ିଥିବା ବ୍ରିଜ କାମ ଶେଷ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶୃତି ଦେଇଥିଲେ । ହେଲେ ଆଜ କୁ ୫ ରୁ ୬ ମାସ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନ ଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି । ଅଧାପନ୍ତରିଆ ରାସ୍ତା ଏବଂ ବ୍ରିଜ୍ ପାଇଁ ଗ୍ରାମବାସୀ ମାନେ ନାଇଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ କାର୍ଯ୍ୟର ଆରମ୍ଭ ତାରିଖ:୧୯-୨-୨୦୨୧ରହିଥିବା ବେଳେ କାର୍ଯ୍ୟର ଶେଷ ତାରିଖ:୧୮-୧୧-୨୧ ରହିଛି । କିନ୍ତୁ ତିନି ବର୍ଷ ବିତିଯାଇ ପାଞ୍ଚଟି ଜୀବନ ଗଲା ପରେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଶେଷ ହୋଇପାରୁ ନାହିଁ ବୋଲି ଗ୍ରାମ ବାସୀ ମାନେ ଅଭିଯାଗ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା କେବେ ଭାଙ୍ଗୁଛି ପ୍ରଶାସନର ନିଦ , ଆଉ କେବେ ସରିବ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ।

Advertisement

Leave a Reply

Your email address will not be published. Required fields are marked *