Pratidin TV

Odisha's Digital News Platform

ଭାଇକୁ ଟାଙ୍ଗିଆରେ ହାଣିବା ମାମଲା : କାର୍ଯ୍ୟରେ ଅବହେଳା ଯୋଗୁ ସସ୍‌ପେଣ୍ଡ ହେଲେ ୩ ପୋଲିସ ଅଧିକାରୀ ..

1 min read

ରାୟଗଡା : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ଲାମ୍ବା ଗାଁରେ ନିଜ ସାନ ଭାଇକୁ ବଡ ଭାଇ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିବା ଘଟଣା । ଘଟଣାରେ ୩ଜଣ ପୁଲିସ କର୍ମଚାରୀ ଙ୍କୁ ଚାକିରିରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି ।ସେହି ତିନିଜଣ ମଧ୍ୟରୁ ଜଣେ ଏଏସଆଇ ମନୋଜ ମଲ୍ଲିକ, ଦୁଇ କନେଷ୍ଟବଳ ଡମ୍ବରୁ ପିଡିପାକା ଓ ରାଙ୍ଗାରାଓ ମାରାଣ୍ଡିଙ୍କୁ ଆଜି ନିଲମ୍ବିତ କରାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ୨୭ ତାରିଖ ଦିନ ନିୟମଗିରି ପାହାଡ଼ରେ ଥିବା ଲାମ୍ବା ଗାଁରେ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ରାଗରେ ସନ୍ଧ୍ୟା ସମୟରେ ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକା (୨୧)କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହଣିବି କହି ଭୟଭୀତ କରାଇଥିଲା । କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ । ପରେ କିଛି ଲୋକ ଥାନାରେ ଜଣାଇଥିଲେ । ପରଦିନ ମା’ ଟେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଲିଖିତ ଭାବେ ଏତଲା ଦେଇଥିଲେ ।

Advertisement

କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୁଲିସ ଯିବାପାଇଁ ଅମଙ୍ଗ ହେଉଥିବା ଗ୍ରାମବାସୀ କହିଛନ୍ତି । ୨୯ ତାରିଖରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ବଡଭାଇ ଡମ୍ବୁ ପୁସିକାକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା । ଅନ୍ୟପଟେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।୩୦ତାରିଖ ଭୋରୁ ହତ୍ୟାକାରୀ ଶୌଚ ବୋଲି କହି ଫେରାର ହୋଇ ଯାଇଛି । ଏହାକୁ ନେଇ ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଅଭିଯୁକ୍ତକୁ ପ୍ରାୟ ଚାରିଦିନ ଧରି ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ମିଳିନଥିଲା ।ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହିପରି ଅଭିଯୁକ୍ତ ଫେରାର ହୋଇଥିବା ନେଇ ଆଜି ଆରକ୍ଷୀ ଅଧିକାରୀ ତିନିଜଣଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *