Pratidin TV

Odisha's Digital News Platform

ଡେଥ୍ ଜୋନ୍ ପାଲଟିଲା ନାଗାବଳି ନଦୀ ଝୁଲାପୋଲ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲା ଜିଲ୍ଲା ପ୍ରଶାସନ

1 min read

ରାୟଗଡା : ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ନାଗାବଳୀ ନଦୀ ଝୁଲାପୋଲ । ଏହି ଝୁଲାପୋଲଟି ବର୍ତ୍ତମାନ ଡେଥ୍ ଜୋନ ପାଲଟିଯାଇଛି । ଫଳରେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଏହାକୁ ବନ୍ଦ କରିଛି । ୨୦୧୧ ରେ ଏହି ଝୁଲା ପୋଲଟିର ନିର୍ମାଣ କରାଯାଇଥିଲା । ଏହି ଝୁଲାପୋଲରୁ ମନୋରମ ଦୃଶ୍ୟ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକ ଟାଣି ହୋଇଆସିଥାନ୍ତି ଏଠାକୁ । ଏଠାକର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ଏହାତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀର ମଜା ମଧ୍ୟ ଉଠାଇଥାନ୍ତି । କିନ୍ତୁ ଅତି ଦୁଖର କଥା ଏହା ଯେ ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଏଠାରେ ନିଜର ପ୍ରାଣ ମଧ୍ୟ ହରାଇଛନ୍ତି । ଏହା ନିର୍ମାଣ ହେବାର ମାତ୍ର ୧୧ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୩୫-୩୬ ଜଣଙ୍କ ଜୀବନ ଗଲାଣି ।

କିଛି ଦିନ ପୂର୍ବରୁ ହିଁ ନାଗାବଳୀ ନଦୀର ବେଶ୍ ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଆନ୍ଧ୍ରରୁ ଏକ ପରିବାର ଏଠାକୁ ଆସିଥିଲା । ନଦୀରେ ସେହି ପରିବାରର ଜଣେ ବ୍ୟକ୍ତି ନିଜ ୩ ପୁଅଙ୍କ ସହ ଗାଧାଉଥିଲେ । ହଠାତ୍ ନଦୀର ଜଳ ସ୍ରୋତ ପ୍ରଖର ହେବାରୁ ୩ ପୁଅ ବାପାଙ୍କ ଆଖି ସାମ୍ନାରେ ଭାସିଯାଇଥିଲେ । ଏହାପରେ ନିଜ ଜୀବନକୁ ବାଜି ଲଗାଇ ବ୍ୟକ୍ତି ଜଣଙ୍କ ୨ ପୁଅଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ । କିନ୍ତୁ ଦୁଭାଗ୍ୟ ବସତ ୩ନଂ ପୁଅକୁ ବଞ୍ଚାଇପାରିନଥିଲେ । ଏହାସହ ନାଗାବଳୀରେ ଅନେକ ସୌନ୍ଦର୍ଯ୍ୟ ଭରିରହିଛି ଯାହାକୁ ଦେଖିବା ପାଇଂ କିମ୍ବା ତାସହ ସେଲଫି ନେବା ପାଇଁ ଲୋକ ମୃତ୍ୟୁ ମୁଖରେ ପଡିଯାଉଛନ୍ତି ।

ତେବେ ଆଗକୁ ଶୀତଋତୁ ଆସୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମିବା ନେଇ ଅନୁମାନ କରାଯାଉଛି ।ଏସବୁକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ଉଠାଇଛି । ଏପରିକି ପୋଲଟିକୁ ବନ୍ଦ କରି ଦିଆଯିବା ସହ , ବାରିକେଡରେ ଓଡିଆ,ଇଂରାଜୀ ଏବଂ ତେଲଗୁ ଭାଷାରେ ସୂଚନା ଉଲ୍ଲେଖ କରାଯାଇଛି । ଏହି ଖବରଟି ଗଣମାଧ୍ୟମରେ ପ୍ରସାର ହେବା ପରେ ଉତ୍ସାହିତ ଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *