Pratidin TV

Odisha's Digital News Platform

ବିଲ ମଝିରେ ବିଦ୍ୟାଳୟ ; ନା ଅଛି ପାନୀୟ ଜଳର ସୁବିଧା ନା ଛାତ୍ରଛାତ୍ରୀ ଯିବାକୁ ଅଛି ରାସ୍ତା ….

ରାୟଗଡା ; ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସେରିଗୁମା ପଞ୍ଚାୟତ ତଳ ରାମ୍ବୁ, ଉପର ରାମ୍ବୁ, ପ୍ରାଥମିକ ବିଦ୍ୟାଳୟର ବିଲ ମଝି ରେ ବିଦ୍ୟାଳୟ ରହିଥିବା ବେଳେ ଛାତ୍ର ଛାତ୍ରୀ ଯିବା ରାସ୍ତା ଖଣ୍ଡିଏ ନାହିଁ । ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଗାଁ ଗାଁରେ ସରକାରୀ ସ୍କୁଲ ଖୋଲା ଯାଉଛି ସତ କିନ୍ତୁ ତା ପରର ଅବସ୍ଥା କଣ ସତରେ ସରକାରଙ୍କୁ ଅବଗତ । ସଭିଏଁ ପଢିବେ ସଭିଏଁ ବଢିବେ ଯୋଜନାରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେଇ ରାୟଗଡା ଜିଲ୍ଲାର ଏଭଳି ଦୃଶ୍ୟ ଜନ ସାଧାରଣଙ୍କ ମନରେ ପ୍ରଶ୍ନ ଉଠାଇଛି ।

ଯେଉଁଠି ପିଲାଙ୍କ ଭବିଷ୍ୟତ ପାଇଁ ବିଲ ମଝିରେ ସ୍କୁଲ ଗଢାଯାଇଛି ସତ କିନ୍ତୁ ସ୍କୁଲକୁ ଯିବା ପାଇଁ ଖଣ୍ଡିଏ ରାସ୍ତା ନାହିଁ । ବଣ ଜଙ୍ଗଲ ଦେଇ ବହୁ କଷ୍ଟରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ କିନ୍ତୁ ବର୍ଷା ଦିନରେ ତ ରାସ୍ତାର ଅବସ୍ଥା ନକହିଲେ ଚଳେ । କୁନି କୁନି ଛୁଆଙ୍କ ବେକ ଉଞ୍ଚାର ପାଣି କେମତି ଏତେ ପାଣିରେ ପଶି ବିଦ୍ୟାଳୟକୁ ଯିବେ ? ତାସହ ସ୍କୁଲରେ ପାନିୟ ଜଳର ମଧ୍ୟ କୌଣସି ସୁବିଧା କରାଯାଇନାହିଁ । ଗ୍ରାମବାସୀଙ୍କ ସହ ବିଦ୍ୟାଳୟ ର ଶିକ୍ଷକ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସରପଞ୍ଚ, ବ୍ଳକ ପ୍ରଶାସନ କିମ୍ବା ନେତା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଥିବା ଜଣାପଡିଛି ।

ତଳରାମ୍ବୁ,ଉପରରାମ୍ବୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ରାତି ପାହିଲେ ଖରା ବର୍ଷ କାଦୁଅକୁ ଖାତିରି ନକରି ବିଲ ଗାଠୁ ରେ ପଡି ଉଠି ବିଦ୍ୟାଳୟକୁ ଯାଇ ପାଠ ପଢି ଘର କୁ ପଡ଼ି ଉଠି ଫେରୁଥିବା ଗ୍ରାମବାସୀ ଙ୍କ ଅଭିଯୋଗ ହୋଇଛି। ଏହି ଦୁଇଗୋଟି ଗ୍ରାମ ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଥିବା ବେଳେ ନିରୀହ ଆଧିବାସୀ ଛାତ୍ର ଛାତ୍ରୀ ମାନେ ପାଣି ବୁନ୍ଦେ ପିଇବା ପାଇଁ ବିଦ୍ୟାଳୟ ପାଖରେ ନଳ କୂପ ମଧ୍ୟ ହୋଇ ପାରିନାହିଁ ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ପାଣି ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *