Pratidin TV

Odisha's Digital News Platform

ଆକ୍ସନ ମୁଡରେ ପୋଲିସ ଓ ପରିବହନ ବିଭାଗ ; ଧରାପଡି ଜୋରିମାନା ଗଣିଲେ ୩ ନାବାଳକ ଚାଳକ ..

ରାୟଗଡା : ପ୍ରଥମ ଦିନରେ ଆକ୍ସନ ମୁଡରେ ପୋଲିସ ଓ ପରିବହନ ବିଭାଗ। ନାବାଳକ ବାଇକ ଚାଲକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ । ପୋଲିସ ଓ ପରିବହନ ବିଭାଗ ର ମିଳିତ ଯାଞ୍ଚ ବେଳେ ରାୟଗଡା କଲେଜ ରୋଡରେ ତିନି ଜଣ ନାବାଳକ ଚାଳକ ଧରା ପଡିଛନ୍ତି । ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଛି ପୋଲିସ ।

ସୂଚନା ଯୋଗ୍ୟ ଯେ, ସ୍କୁଲ ଓ କଲେଜ ରେ ପଡୁଥିବା ଛାତ୍ର ଛାତ୍ରୀ ନାବାଳକ ଓ ନାବାଳିକା ମାନେ ବିପଦଜନକ ଭାବେ ବାଇକ ଚଳାଉଥିବା ଯୋଗୁଁ ଅନେକ ସମୟ ରେ ଦୁର୍ଘଟଣା ଘଟୁଛି । ଏଣୁ ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ବଡ ପଦକ୍ଷେପ୍ୟ ନେଇଛନ୍ତି ଆଜି ରାୟଗଡା କଲେଜ ପାଖରେ ତିନି ଜଣ ନାବାଳକ ବାଇକ ଚଲେଇବା ସମୟ ରେ ଧରାପଡିଛନ୍ତି । ପୋଲିସ ଓ ପରିବହନ ବିଭାଗ ସେମାନଙ୍କଠୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଛନ୍ତି ।

ଏନେଇ ଆଜି ରାୟଗଡା ସହରରେ ନାବାଳକ ବାଳିକା ମାନେ ଲୁଛି ଛପି ସ୍କୁଲ,କଲେଜ,ଟିୟୁସନ ଯିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *