ଅଚଳ ପଡିଛି ସରକାରଙ୍କ ସ୍ୱାସ୍ଥ୍ୟବିମା କାର୍ଡ ; ବିଛଣାରେ ରୋଗୀଣା ଅଚଳ ସ୍ୱାମୀ , ଏବେ କିଏ ହେବ ସାହା ?
1 min readନୟାଗଡ : ସ୍ବାମୀଙ୍କ କଷ୍ଟକୁ ଦେଖି ସହି ହେଉନି, କି କହି ହେଉନି। କେଉଁ ସ୍ତ୍ରୀ – ସ୍ବାମୀଙ୍କ ଏପରି ଅବସ୍ଥାରେ ବଞ୍ଚି ରହିବ । କେମିତି ବଞ୍ଚିବି ମୁଁ, କେମିତି ଚଳିବି, ପିଲାମାନଙ୍କର ମୁହଁରେ କେମିତି ଆହାର ଦେବି,ବର୍ଷ ବର୍ଷ ଧରି କତରାରେ ପଡ଼ି ରହିଥିବା ରୋଗୀଣା ସ୍ବାମୀଙ୍କୁ କେମିତି ଭଲ କରିବି ବୋଲି କାନ୍ଦି କାନ୍ଦି କୋହଭରା କଣ୍ଠରେ ଆଖିର ଲୁହକୁ ଓଠରେ ଚାପି କହିଛନ୍ତି ନୟାଗଡ଼ ଜିଲ୍ଲା ଖୁଟୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର ରାଉତଙ୍କ ସ୍ତ୍ରୀ ଅନୁପମା। ୨୦୧୫ ମସିହାରେ କୈ।ଣସି ଏକ ରୋଗରେ ଆକ୍ରାନ୍ତ ହୋଇ ସ୍ବାମୀ ଶିଶିର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖା କରିଥିଲେ।
ଗରୟସମସଦ୍ଭର ଖାଇ ଭଲ ମଧ୍ୟ ହୋଇଯାଇଥିଲେ ହେଲେ ୬ ମାସ ପରେ ସେହି ଦୁରାରୋଗ୍ୟରେ ପିଡୀତ ହୋଇଥିଲେ । ଗରୟସମସଦ୍ଭର ଖାଇଲେ ମଧ୍ୟ ଭଲ ହୋଇନଥିଲେ। ସ୍ପାଇନାଲ କର୍ଡ ଖରାପ ହୋଇଯାଇଥିବା ଡାକ୍ତର କହିଥିଲେ। ପରେ ଯିଏ ଯେଉଁଠିକୁ କହିଲେ ଜମିବାଡି ବିକ୍ରିକରି ,ଧାର କରଜ କରି କଟକ, ଭୁବନେଶ୍ୱର ଯିଏ ଯେଉଁଠିକୁ କହିଲେ ସେଠାକୁ ନେଇ ୨ବର୍ଷ ଚିକିତ୍ସା କରାଇଥିଲେ । ହେଲେ ଫଳ ମିଳିନଥିଲା । ଏପରିକି ସ୍ୱାସ୍ଥ୍ୟବୀମା କାର୍ଡ କାମ ନକରିବାରୁ ଭାଙ୍ଗି ପଡିଥିଲେ ଅନୁପମା। ହତୋତ୍ସାହିତ ହୋଇ ଭଗବାନଙ୍କ ଉପରେ ଭରଷା କରି ଏବେ ସ୍ବାମୀ ଶିଶିର ୫ ବର୍ଷ ହେଲା କତରା ଘୋଡେ଼ଇ ହୋଇ ପଡି ରହିଛନ୍ତି ରୋଗ ଶଯ୍ୟାରେ। କାହାଠୁ କେମିତି ହାତପତେଇ ନିଜକଥା,ପିଲାଛୁଆଙ୍କ କଥା ଭୁଲି ସ୍ବାମୀଙ୍କ ଚିକିତ୍ସା କରିଚାଲିଛନ୍ତି ଅନୁପମା। ହେଲେ ଶିଶିରଙ୍କ ରୋଗ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ।
ନିଶ୍ଚଳ ଶରୀରରେ ଖାଲି ହାଡ଼ ଦି’ଖଣ୍ଡ ଦିଶୁଥିବା ବେଳେ କିଛି କହିବାକୁ ଚାହୁଁଥିଲେ ମଧ୍ୟ ପାଟି ଫିଟୁନଥିଲା । କେବଳ ଜୁଳୁ ଜୁଳୁ ହୋଇ ଆଖି ଦିଇଟା ଯିଏ ଯାଉଥିଲା ତାଙ୍କୁ ଅନେଇ ରହୁଥିଲା। ନିରାଶ ଭିତରେ ଗତିକରି ସ୍ବାମୀଙ୍କ ଏମିତି ଅବସ୍ଥା ଦେଖି ଭାଙ୍ଗି ପଡୁଥିଲେ ଅନୁପମା। ସ୍ବାମୀଙ୍କ ଚିନ୍ତାରେ ଛୋଟ ଦୁଇ ପୁଅ ଝିଅଙ୍କ କଥା ବୁଝି ପାରୁନଥିଲେ । ପିଲାମାନଙ୍କୁ କିପରି ପାଠ ପଢାଇବେ, ସେମାନଙ୍କ ମୁହଁରେ କେମିତି ମୁଠେ ଆହାର ଦେବେ ବୁଦ୍ଧି ଦିଶୁନଥିଲା ଅନୁପମାଙ୍କୁ । କେବଳ ନେପଥ୍ବେ ଶୁଭୁଥିଲା କିଏ ସାହା ହେବ ଅନୁପମାଙ୍କୁ….।