Pratidin TV

Odisha's Digital News Platform

ଓଡିଆ ପୁଅଙ୍କ ସଫଳତା ,ଆଇବିଆଇର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଂଜନ ମିଶ୍ର

ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ ନିଯୁକ୍ତି ପାଇଛନ୍ତି । ନଭେମ୍ବର୧ ରୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ମନୋରଂଜନ ମିଶ୍ର । ଇଡି ପଦୋନ୍ନାତି ପାଇବା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ମୁଖ୍ୟ ଜେନେରାଲ ମ୍ୟାନେଜର ଥିଲେ । ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି । ବ୍ୟାଙ୍କ ଓ ଏନବିଏଫସିର ନିୟମାବଳୀ, ବ୍ୟାଙ୍କ ତଦାରଖ ଓ ମୁଦ୍ରା ପରିଚାଳନା କ୍ଷେତ୍ରରେ ତାଙ୍କର ବହୁ ଅଭିଜ୍ଞତା ରହିଛି ।ସେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତର କାର୍ଯ୍ୟ କରୁଥିବା ଗୋଷ୍ଠୀର ସଦସ୍ୟ ମଧ୍ୟ ରହିଛନ୍ତି ।

ଯାହା ପର୍ଯ୍ୟବେକ୍ଷକ ନୀତିର ବିକାଶରେ ସହଯୋଗ କରିଛି । ସେ ଓଡିଶାର ବାସିନ୍ଦା ଅଟନ୍ତି । ଜଣେ ଓଡିଆ ଭାବେ ଏତେ ବଡ ପଦବୀ ହାସଲ କରି ଓଡିଶାର ପାଇଁ ଗର୍ବ ଆଣି ଦେଇଛନ୍ତି । ଶିକ୍ଷାଗତ ଯୋଗ୍ୟତା କହିବାକୁ ଗଲେ ମନୋରଂଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବ୍ୟାଙ୍କିଂ ଓ ଫାଇନାନସରେ ଏମବିଏ କରିଛନ୍ତି । ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନ୍ସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ କରିଛନ୍ତି । ତେବେ ମନୋରଂଜନ ନଭେମ୍ବର ୧ରୁ ଏହି ଦାୟିତ୍ୱ ତୁଲାଇବା ଆରମ୍ଭ କରିଛନ୍ତି । କାର୍ଯ୍ୟନିର୍ବାହୀ ନିର୍ଦ୍ଦଶକ ଭାବରେ ସେ ଏନଫୋର୍ସମେଣ୍ଟ, ରିସ୍କ ମନିଟରିଂ ଏବଂ ବାହ୍ୟ ବିନିଯୋଗ ବିଭାଗର ଦାୟିତ୍ୱ ତୁଲାଇବେ ।

Leave a Reply

Your email address will not be published. Required fields are marked *