Pratidin TV

Odisha's Digital News Platform

ବଢିଲା ୨ହଜାର ଟଙ୍କା ଫେରସ୍ତ କରିବାର ସମୟ ସୀମା

1 min read

ଲୋକଙ୍କ ପାଇଁ ଆସିଲା ଖୁସି ଖବର । ବଢିଲା ୨ହଜାର ଟଙ୍କା ଫେରସ୍ତ କରିବାର ସମୟ ସୀମା । ସେପ୍ଟେମ୍ବର ୩୦ ଥିଲା ଶେଷ ତାରିଖ । ଆଜି ସରୁଥିବା ବେଳେ ଆରବିଆଇ କଲା ନୂଆ ଘୋଷଣା । ୨ ହଜାର ଟଙ୍କା ନୋଟ ଡିପୋଜିଟ ବା ଏକ୍ସଚେଞ୍ଜ ଅବଧି ବୃଦ୍ଧିପାଇଛି । ଅକ୍ଟୋବର ୭ ଯାଏ ବଦଳାଇ ହେବ ୨୦୦୦ ଟଙ୍କିଆ ନୋଟ । ନୋଟ ବଦଳାଇବା ପାଇଁ ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କରାଗଲା ଘୋଷଣା । ୨ ହଜାର ଟଙ୍କା ନୋଟ ବଦଳାଇବା ପାଇଁ ଗତ ମେ ମାସ ୧୯ ତାରିଖରୁ ନିଷ୍ପତ୍ତି ନିଆଯାଇଥିଲା । ଯାହାର ଡେଡ ଲାଇନ ସେପ୍ଟେମ୍ବର ୩୦ ବା ଆଜି ରହିଥିଲା । କିନ୍ତୁ ଆଜି ସୁଦ୍ଧା ସମସ୍ତ ଲୋକେ ୨ହଜାର ଟଙ୍କିଆ ନୋଟ ବଦଳାଇ ନଥିବା ସମୀକ୍ଷା କରି ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡଆ ପକ୍ଷରୁ ନିଷତ୍ତିରେ ପରିବର୍ତ୍ତନ ଘୋଷଣା କରାଯାଇଛି । ତେବେ ୨୦୧୬ ମସିହାରେ ଯେଉଁ ବିମୁଦ୍ରୀକରଣ କରାଯାଇଥିଲା ସେତେବେଳେ ନୁଆ ୫୦, ୧୦୦, ୫୦୦ ଟଙ୍କିଆ ନୋଟ ମାର୍କେଟକୁ ଆସିଥିଲା । ଆଉ ସେତେବେଳେ ହିଁ ଗୋଲାପି ରଙ୍ଗର ୨୦୦୦ ଟଙ୍କିଆ ନୋଟ ବଜାରକୁ ଆସିଥିଲା । ଆଉ ଆଜି ୨ ହଜାର ଟଙ୍କିଆ ନୋଟ ବଦଳାଇବାର ଅବଧି ଆଜି ଶେଷ ହେଉଥିଲା । କିନ୍ତୁ ନିଷତ୍ତିରେ ପରିବର୍ତ୍ତନ ହୋଇ ଅବଧିକୁ ଆଉ କିଛି ଦିନ ବୃଦ୍ଧି କରାଯାଇଛି । ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଲୋକ ମାନଙ୍କୁ ସମୟ ନୋଟ ଏକ୍ସଚେଞ୍ଜ କରିବାର ସମୟ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *