Pratidin TV

Odisha's Digital News Platform

ମାଷ୍ଟରକାର୍ଡକୁ ଆଶ୍ୱସ୍ତି: କଟକଣା ପ୍ରତ୍ୟାହାର କଲା ଆରବିଆଇ

1 min read

ମୁମ୍ବାଇ: ଆମେରିକୀୟ କମ୍ପାନୀ ମାଷ୍ଟରକାର୍ଡକୁ ବଡ ଆଶ୍ବସ୍ତି । ପାଖାପାଖି ବର୍ଷକ ପରେ ମାଷ୍ଟରକାର୍ଡ ଉପରେ କଟକଣା ହଟାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଥିସହ ଆରବିଆଇ ମାଷ୍ଟରକାର୍ଡକୁ ନିଜର ନେଟୱାର୍କରେ ନୂଆ ଗ୍ରାହକଙ୍କୁ ଯୋଡିବାକୁ ଅନୁମତି ଦେଇଛି । ଡାଟା ସଂରକ୍ଷଣ ନିୟମ ପାଳନରେ ତ୍ରୁଟି ପାଇଁ ୨୦୨୧ ଜୁଲାଇ ୨୨ ତାରିଖରେ ମାଷ୍ଟରକାର୍ଡ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଥିଲା ଏବଂ ନିଜ ନେଟୱାର୍କରେ ନୂଆ ଗ୍ରାହକ ଯୋଡିବାକୁ ବାରଣ କରିଥିଲା ।

ମାତ୍ର ଏହାଦ୍ବାରା ଦେଶରେ ପୂର୍ବରୁ ମାଷ୍ଟରକାର୍ଡର ଗ୍ରାହକଙ୍କୁ ଦିଆଯାଉଥିବା ସେବା ପ୍ରଭାବିତ ହୋଇନଥିଲା । ଏବେ କମ୍ପାନୀ ଡାଟା ସଂରକ୍ଷଣ ନିୟମକୁ ପାଳନ କରିଛି ବୋଲି ବିଶ୍ବାସ ହେବା ପରେ ଆରବିଆଇ ଏହି କଟକଣା ପ୍ରତ୍ୟାହାର କରିଛି ଏବଂ ନିଜ ନେଟୱାର୍କରେ ନୂଆ ଗ୍ରାହକ ଯୋଡିବାକୁ ଅନୁମତି ପ୍ରଦାନ କରିଛି । ଏକ ବିବୃତ୍ତି ଜରିଆରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ମାଷ୍ଟରକାର୍ଡ ନେଟୱାର୍କର କାର୍ଡ ସପିଂ, ଏଟିଏମରୁ ଟଙ୍କା ଉଠାଣ ଏବଂ ଅନଲାଇନ ପେମେଣ୍ଟ ଭଳି ଅନ୍ୟାନ୍ୟ ଆର୍ଥିକ କାର୍ୟ୍ୟ ପାଇଁ ବ୍ୟବହୃତ ହୋଇଥାଏ । ଏହାପୂର୍ବରୁ ଗତବର୍ଷ ନଭେମ୍ବରରେ ରିଜର୍ଭ ବ୍ୟାଙ୍କ ଡାଇନର୍ସ କ୍ଲବ ଇଣ୍ଟରନ୍ୟାସନାଲ ଉପରେ ଲଗାଇଥିବା କଟକଣାକୁ ମଧ୍ୟ ହଟାଇଥିଲା ।

Advertisement

Leave a Reply

Your email address will not be published. Required fields are marked *