Pratidin TV

Odisha's Digital News Platform

ଧୋନିଙ୍କ ସମ୍ମାନ ପାଇଁ RBI ପ୍ରଚଳନ କଲା ୭ ଟଙ୍କିଆ କଏନ୍ !ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା …

1 min read

 କ୍ରିକେଟ୍ କ୍ଷେତ୍ରରେ ମହେନ୍ଦ୍ର ସିଂ ଧୋନି ଙ୍କ ଅବଦାନ ପାଇଁ   ରିଜର୍ଭ ବ୍ୟାଙ୍କ ଏକ ନୂଆ ମୁଦ୍ରା ଆଣିବା ପାଇଁ ଯାଉଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।ଭାଇରାଲ୍ ପୋଷ୍ଟ ମାଧ୍ୟମରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ସମ୍ମାନାର୍ଥେ ଖୁବ ଶୀଘ୍ର ଏକ ନୂଆ ମୁଦ୍ରା ଆଣିବାକୁ ଯାଉଛି ବୋଲି ଦାବି କରାଯାଇଛି। ଏହି ପୋଷ୍ଟର ଅନେକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କ୍ରିକେଟର ଏମଏସ ଧୋନିଙ୍କ ସମ୍ମାନାର୍ଥେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) 7 ଟଙ୍କା ମୁଦ୍ରା ଦେବାକୁ ଯାଉଛି ବୋଲି ଲେଖାଯାଇଛି।

7 ଟଙ୍କା ମୂଲ୍ୟର ତର୍କ ହେଉଛି ଧୋନିଙ୍କ ଜର୍ସିରେ ମଧ୍ୟ 7 ନମ୍ବର ରହିଛି।ବାସ୍ତବରେ ଦେଶର ଅର୍ଥ ମନ୍ତ୍ରଣାଳୟ ଏପରି ଏକ ବିଭ୍ରାନ୍ତିକର ଦାବି କରାଯାଉଥିବା ସୂଚନା ପାଇଥିଲା ଏବଂ ଏହି କାରଣରୁ ଲୋକଙ୍କୁ ମିଥ୍ୟା ତଥ୍ୟ ପଠାଯାଉଥିଲା। ଅର୍ଥ ମନ୍ତ୍ରଣାଳୟ ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ନେଇଛି ଏବଂ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ପୋଷ୍ଟ କରିଛି ଏହି ପୋଷ୍ଟକୁ PIB ଫ୍ୟାକ୍ଟ ଚେକ୍ ଦ୍ୱାରା ପୁନ ପୋଷ୍ଟ କରାଯାଇଛି ଏବଂ ଏହା ପରେ ଏହା ସ୍ପଷ୍ଟ ହୋଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥନୈତିକ  ବ୍ୟାପାର ବିଭାଗ ଏକ ନୂତନ ମୁଦ୍ରା ପ୍ରଦାନ ସମ୍ପର୍କରେ କୌଣସି ଘୋଷଣା କରିନାହାଁନ୍ତି।

Leave a Reply

Your email address will not be published. Required fields are marked *