Pratidin TV

Odisha's Digital News Platform

ମହଙ୍ଗା ମାଡର ଶିକାର ହେବେ ସାଧାରଣ ଲୋକ: ପୁଣି ରେପୋ ରେଟ୍ ବୃଦ୍ଧି କରିବ ଆରବିଆଇ

1 min read

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାର ରେପୋ ରେଟ୍ ପୁନର୍ବାର ବୃଦ୍ଧି କରାଯିବ । ଦେଶରେ ମୁଦ୍ରାସ୍ଫୀତି ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରେପୋ ରେଟ୍ ପୁଣି ଥରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତ ମାସରେ ଅଚାନକ ଭାବରେ ରେପୋ ରେଟ୍‌କୁ ୪୦ ବେସିସ୍ ପଏଣ୍ଟ ବଢାଇଥିଲା ଆରବିଆଇ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟ ତୈଳଦର ହ୍ରାସ କରାଯାଇଥିଲା ।
ରେପୋ ରେଟ୍ ବୃଦ୍ଧି ନେଇ ପୂର୍ବରୁ ବିଭିନ୍ନ ଅର୍ଥନୀତିଜ୍ଞ ମାନେ ମଧ୍ୟ କହି ସାରିଛନ୍ତି । ଚଳିତ ମାସରେ ରେପୋ ରେଟ୍ ଆହୁରି ୫୦ ବେସିସ୍ ପଏଣ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦେଶରେ ଦରବୃଦ୍ଧି ଆକାଶ ଛୁଇଁବାକୁ ବସିଥିବା ବେଳେ ଋଷ୍‌-ୟୁକ୍ରେନ୍ ଯୁଦ୍ଧ କାରଣରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାରେ ଲାଗିଛି । ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ବିଭିନ୍ନ ଆବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ୍ ମାସରେ ମୁଦ୍ରାସ୍ଫୀତି ୭.୭୯ ରହିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ୧୭ ବର୍ଷର ରେକର୍ଡ ଭାଙ୍ଗିଥିଲା ।
ଆସନ୍ତା ୮ଜୁନରେ ରେପୋ ରେଟ୍ ସମ୍ବନ୍ଧିତ ରିପୋର୍ଟ ଆସିବାକୁ ଯାଉଛି । ଏହି ରିପୋର୍ଟରେ ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯିବ ବୋଲି ଜଣାପଡିଛି । ତେବେ ତୈଳଦର ହ୍ରାସ ପରେ ମୁଦ୍ରାସ୍ଫୀତି ୦.୧୫ ପଏଣ୍ଟ ହ୍ରାସ ପାଇବ ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *