ଇତିହାସ ରଚିଲା RCB……ଜିତିଲା ମହିଳା ପ୍ରିମିୟର ଲିଗ
1 min readପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ୨୦୨୪ ରେ ପ୍ରଥମ ଟ୍ରଫି ଜିତିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (RCB)। ନୂଆଦିଲ୍ଲୀରେ ବାଙ୍ଗଲୋରର ରାଜ | ଚାମ୍ପିଅନ୍ ହୋଇ ଇତିହାସ ରଚିଲା ୱିମେନ RCB | ସ୍ମତି ମନ୍ଦାନା ଙ୍କ ଦ୍ୱାରା ପରିଚାଳିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏକ ଚମତ୍କାର ପ୍ରଦର୍ଶନ ସହିତ ମହିଳା ପ୍ରିମିୟର ଲିଗ୍ (WPL) ୨୦୨୪ ଟାଇଟଲ୍ ଜିତିଛି | ଦିଲ୍ଲୀ କ୍ଯାପିଟାଲ୍ସ ସହ ଖେଳୁଥିବା ଏହି ଫାଇନାଲ ମ୍ୟାଚରେ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି RCB । ମାର୍ଚ୍ଚ ୧୭ର ରବିବାର ରାତିରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳ ଯାଇଥିଲା ଏହି ମ୍ୟାଚ |
ତେବେ ଦିଲ୍ଲୀ କ୍ଯାପାଟାଲ୍ସ ସହ ଖେଳୁଥିବା ଏହି ମ୍ୟାଚର ଆରମ୍ଭରେ ପ୍ରଥମେ ଟସ୍ ଜିତି ବ୍ଯାଟିଂ କରିଥିଲା ଦିଲ୍ଲୀ କ୍ଯାପିଟାଲ୍ସ । ୧୮ ଦଶମିକ ୩ ଓଭରରେ ଦଳ ୧୧୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ପରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା RCB ଦଳ | ୧୧୪ ରନର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଂଲାଲୋର । ସ୍ମୃତି ମନ୍ଦାନା ଓ ସୋଫିଆ ଦେବୀନା ଦଳକୁ ଭଲ ଆରମ୍ଭ ଦେଇଥିଲେ ।
ସ୍ମତି ମନ୍ଦାନାଙ୍କ ନେତୃତ୍ୱରେ ମହିଳା ପ୍ରିମିୟର ଲିଗ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୧୩ ରନ୍ କରିଥିଲା। RCB ୧୯ ଓଭର ୩ ବଲ୍ରେ ୨ ୱିକେଟ ହରାଇ କରିଥିଲା ୧୧୫ ରନ୍। RCBର ମୋଲିନକ୍ସ ତିନୋଟି ୱିକେଟ ନେଇଥିବା ବେଳେ ଶ୍ରେୟଙ୍କା ୪ଟି ୱିକେଟ ନେଇଛନ୍ତି। ସେହିଭଳି ଆଶା ଶୋଭାନା ଦୁଇଟି ୱିକେଟ ନେଇ ବିପକ୍ଷ ଦଳକୁ ବଡ଼ ସ୍କୋର୍ କରିବାରୁ ରୋକିଥିଲେ । ଯାହା ଟାଇଟଲ ହାତେଇବାରେ ସକ୍ଷମ ହୋଇଛି ।RCBର ଏଲିସି ପ୍ୟାରୀ ବାଇଗଣୀ କ୍ୟାପ୍ , ଶ୍ରୀୟଙ୍କା ପାଟିଲଙ୍କୁ ନାରଙ୍ଗୀ କ୍ୟାପ୍ ଓ ଶ୍ରଷ୍ଠ ଖେଳାଳୀ ଭାବେ ସୋଫି ମାଲିନକ୍ସ ପୁରସ୍କୃତ କରାଯାଇଛି | ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛନ୍ତ୍ତି RCB । ଅନ୍ୟପକ୍ଷରେ ଦିଲ୍ଲା ଲଗାତାର ଦ୍ବିତୀୟ ଥର ଫାଇନାଲ୍ରେ ଝୁଣ୍ଟି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କ୍ରିକେଟ୍ର ଅନ୍ୟତମ ଗ୍ଲାମର୍ ଗର୍ଲ ଏଲିସ୍ ପେରି ଆର୍ସିବିକୁ ଜିତାଇଥିଲେ।