Pratidin TV

Odisha's Digital News Platform

Realme GT 5 Pro ; ଦମଦାର ଫିଚର୍ସ ପାଇଁ ଷ୍ଟୋରରୁ ଖାଲି ହେଉଛି real me ର ଏହି ମଡେଲ …

1 min read

ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି real me ର ନୂଆ ମଡେଲ । ମାର୍କେଟ୍‌କୁ ଆସୁ ଆସୁ ଷ୍ଟୋର ଜମୁଛି ଭିଡ ହେଇଯାଉଛି ଖାଲି । ରିଅଲମ ଜିଟି ୫ ପ୍ରୋ ର ଫିଚର୍ସ ଲୋକଙ୍କୁ ନିଜ ଦିୱାନା ବନାଇଛି । ଦମଦାର ଚାର୍ଜିଂ ସ୍ପିଡ୍ ସହ କ୍ୟାମେରାର ପ୍ରୋସେସର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ଡିଭାଇସରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ବିଶେଷ ଜିନିଷ ଅଛି । ଏହି ହ୍ୟାଣ୍ଡସେଟର ମୂଲ୍ୟ କେତେ ଏବଂ ଆପଣ ଏହି ଫୋନରେ କ’ଣ ପାଇବେ? ଆସନ୍ତୁ ଜାଣିବା –
ହ୍ୟାଣ୍ଡସେଟ ନିର୍ମାତା ରିଅଲମି ଗ୍ରାହକଙ୍କ ପାଇଁ ଫ୍ଲାଗସିପ୍ ଫିଚର୍ସ ସହ ରିଅଲମି ଜିଟି ୫ ପ୍ରୋ ସହିତ ଏକ ନୂତନ ଫୋନ୍ ଲଞ୍ଚ କରିଛି । ଏହାର ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏହି ରିଅଲ୍ ସ୍ମାର୍ଟଫୋନରେ କ୍ୱାଲକମ୍ କମ୍ପାନୀରୁ ଏକ ଶକ୍ତିଶାଳୀ ପ୍ରୋସେସର୍ ଅଛି, ଏହା ସହିତ ଡିଭାଇସରେ ୧୬ ଜିବି ରେମ୍ ଏବଂ ୧୦୦ ୱାଟର ସୁପର ଫାଷ୍ଟ ଚାର୍ଜିଂ ସ୍ପିଡ୍ ମିଳିବ । ଏହା ମାର୍କେଟକୁ ୩ ଟି ରଙ୍ଗରେ ଆସୁଛି ।

୧.୫ k କର୍ଡ ଏମୋଲଡେ୍ ଡିସପ୍ଲେ ଏବଂ ୧୪୪ ହର୍ଟଜ୍ ରିଫ୍ରେସ ରେଟ୍ ସହ ଏହି ଫୋନରେ ୬.୭୮ ଇଞ୍ଚ ସ୍କ୍ରିନ୍ ଆପଣମାନେ ପାଇବେ ତାସହ ଯାହା ୪୫୦୦ ନିଟସ୍ ପିକ୍ ବ୍ରାଇଟ୍‌ନେସ ମିଳିବ ।

Advertisement

ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ, ଫୋନରେ ଅତ୍ୟାଧୁନିକ ସ୍ନାପଡ୍ରାଗନ୍ ୮ ଜେନେରେସନ୍ ୩ ଚିପସେଟ ସହିତ ଗ୍ରାଫିକ୍ସ ପାଇଁ ଆଡ୍ରେନୋ ୭୫୦ ଜିପିୟୁ ବ୍ୟବହାର କରାଯାଇଛି । ଫୋନର ପଛ ଭାଗରେ ୫୦ ମେଗାପିକ୍ସେଲ ସୋନି LYT-T808 କ୍ୟାମେରା ସେନସର, ୫୦ ମେଗାପିକ୍ସେଲ ସୋନି IMX890 ପେରିସ୍କୋପ ଟେଲିଫୋଟୋ କ୍ୟାମେରା ସେନସର ଏବଂ ୮ ମେଗାପିକ୍ସେଲ ଓମନିଭିଜନ OV0810 ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ଅଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନ ସମ୍ମୁଖରେ ୩୨ ମେଗାପିକ୍ସେଲ କ୍ୟାମେରା ସେନସର ଯୋଗାଇ ଦିଆଯାଇଛି।

ଏହି ଫ୍ଲାଗସିପ୍ ଫୋନରେ ୧୦୦ ୱାଟ ଫାଷ୍ଟ ଚାର୍ଜ ସପୋର୍ଟ ସହିତ ୫୪୦୦ mAh ବ୍ୟାଟେରୀ ଅଛି, ଯାହା ୫୦ ୱାଟ ବେତାର ଚାର୍ଜକୁ ମଧ୍ୟ ସମର୍ଥନ କରେ । ଏହାର ଅନ୍ୟାନ ପିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ସୁରକ୍ଷା ପାଇଁ, ଏହି ଡିଭାଇସ୍ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, ହାଇ-ରେସ୍ ଅଡିଓ, NFC ସମର୍ଥନ, IP୬୪ ରେଟିଂ ଏବଂ 3VC ଆଇସବର୍ଗ କୁଲିଂ ସିଷ୍ଟମ୍ ସହିତ ଇନଷ୍ଟଲ୍ ହୋଇଛି ।

Realme GT 5 Pro ମୂଲ୍ୟ-

ଏହି ଫୋନର ମୂଲ୍ୟ ୩୩୯୯ ଚାଇନିଜ୍ ୟୁଆନ୍ (ପ୍ରାୟ ୩୯,୮୦୦ ଟଙ୍କା) ରୁ ଆରମ୍ଭ ହୋଇଛି । ଏହି ମୂଲ୍ୟ ଫୋନର

  • ୧୨ ଜିବି ରେମ୍ / ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ ମୂଲ୍ୟ ୩୯,୮୦୦ ଟଙ୍କା ରହିଛି ।
  • -ସେହିପରି ୧୬ ଜିବି / ୫୧୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୪୬,୮୦୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *