ବିବାହ ପୂର୍ବରୁ ବରକନ୍ୟାଙ୍କୁ ହଳଦି ଲଗାଇବା କୌଣସି ଫ୍ୟାସନ ନୁହେଁ , ଜାଣନ୍ତୁ ତା ପଛର ଅସଲ କାରଣ..
1 min readବର୍ତ୍ତମାନ ଚାଲିଛି ବିବାହ ଋତୁ । ଏଥିପାଇଁ ସାଧାରଣ ଲୋକ ଠାରୁ ଫିଲ୍ମ ଷ୍ଟାର ପର୍ଯ୍ୟନ୍ତ ସବୁ ଏବେ ବିବାହ କରୁଛନ୍ତି । ହେଲେ ବିବାହ କାର୍ଯ୍ୟରେ ଅନେକ ରୀତି ନୀତି ପାଳନ ହୋଇଥାଏ । ପରମ୍ପରା ଅନୁଯାୟୀ ବିବାହ ପୂର୍ବରୁ ବର ଓ କନ୍ୟାଙ୍କ ଅନେକ କାର୍ଯ୍ୟକ୍ରମ ହୋଇଥାଏ । ବିବାହ ପୂର୍ବରୁ ମେହେନ୍ଦୀ ,ସଙ୍ଗୀତ ଓ ହଳଦୀ ଭଳି ରୀତିନୀତି ହୋଇଥାଏ । ତା ଭିତରୁ ଗୋଟେ ହେଉଛି ହଳଦୀ କାର୍ଯ୍ୟକ୍ରମ । କୁହାଯାଏ ଯେ ହଳଦୀ ରୀତି ହୋଇନଥିଲେ ବିବାହ ସମ୍ପୂର୍ଣ୍ଣ ହୁଏନି । ଏକଥା ଆମେ କହୁନି କିଛି ଲୋକଙ୍କର ଏହା ବିଶ୍ୱାସ ରହିଛି । ଆଜିକାଲି ଏସବୁ ଏକ ଫ୍ୟାଶନ ହେବା ସହ ମଜାମସ୍ତୀ କରିବାର ଏକ ଜରିଆ ବୋଲି କୁହାଯାଉଛି । ସବୁ ପ୍ରକାର କାର୍ଯ୍ୟକ୍ରମକୁ ବର କନ୍ୟା ଘର ବଡ ଧୁମଧାମରେ ପାଳନ କରୁଛନ୍ତି ।
ତେବେ କାହିଁକି ବର ଓ କନ୍ୟାଙ୍କୁ ହଳଦୀ ଲଗାଇବାକୁ ପଡିଥାଏ ଜାଣନ୍ତୁ ତା’ର କାରଣ କଣ ଆସନ୍ତୁ ଜାଣିବା..
ପ୍ରାଚୀନ ଯୁଗରେ ବିଉଟି ପାର୍ଲର, ସେଲୋନ କିମ୍ୱା କସମେଟିକ ବିଉଟି ଟ୍ରିଟମେଣ୍ଟର ସୁବିଧା ନଥିଲା । ତେଣୁ ବିବାହ ପୂର୍ବରୁ ବର କନ୍ୟା ସୁନ୍ଦର ଦେଖା ଯିବା ପାଇଁ ହଳଦୀର ବ୍ୟବହାର କରାଯାଉଥିଲା ।
ହଳଦୀ ଚେହେରାର ସୌନ୍ଦର୍ଯ୍ୟତା ବଢାଏ ଏବଂ ହଳଦୀରେ ଥିବା ଔଷଧିୀୟ ଗୁଣ ମୁହଁରେ ଥିବା ଜୀବାଣୁ ଦୂର କରିଥାଏ । ହଳଦୀ ଲଗାଇଲେ ତ୍ୱଚା ଗ୍ଲୋ କରେ । ଏହି କାରଣ ଯୋଗୁଁ ହଳଦୀ କେବଳ ମୁହଁରେ ନୁହଁ, ଦେହରେ ମଧ୍ୟ ଲଗାଯାଏ । ବିବାହରେ ବର କନ୍ୟା ଅଧିକ ସୁନ୍ଦର ଦେଖାଯିବା ପାଇଁ ହଳଦୀ ଲଗାଇବା ପରମ୍ପରା ରହିଆସିଛି ।
ହଳଦୀକୁ ଆଣ୍ଟିସେପ୍ଟିକ ଭାବେ ମଧ୍ୟ ବ୍ୟବହାର କରାଯାଏ । ହଳଦୀ ଲଗାଇଲେ ଚେହେରାରେ ଥିବା ଦାଗ ଦୂର ହୁଏ । ବିବାହ ଦିନ ବର କନ୍ୟା ସୁନ୍ଦର ଦେଖାଯିବା ଆବଶ୍ୟକ ରହିଛି । ହଳଦୀ ଶରୀର ଏବଂ ତ୍ୱଚାକୁ ଡିଟକ୍ସିକେଟ ମଧ୍ୟ କରେ । ହଳଦୀକୁ ଦେହରେ ଲଗାଇ ସ୍ନାନ କରିବା ଦ୍ୱାରା ତ୍ୱଚାରେ ଥିବା ମୃତ କୋଷଗୁଡିକ ବାହାରିଯାଏ । ଫଳରେ ତ୍ୱାଚାରେ ଚମକ ଆସିଥାଏ । ହଳଦୀର ରଂଗ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅନୁସାରେ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ ।
ଯେ କୌଣସି କାର୍ଯ୍ୟର ଆରମ୍ଭରେ ହଳଦୀକୁ ବ୍ୟବହାର କରାଯାଏ । ତେଣୁ ନୂତନ ବୈବାହିକ ଜୀବନର ଶୁଭାରମ୍ଭ ମଧ୍ୟ ହଳଦୀରୁ ଆରମ୍ଭ କରିବା ପରମ୍ପରା ରହିଛି । ନବ ଦମ୍ପତ୍ତିଙ୍କ ପାଇଁ ହଳଦୀଆ ରଙ୍ଗ ଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି । ଏହି କାରଣରୁ ବିବାହ ପୂର୍ବରୁ ବର ଓ କନ୍ୟାଙ୍କୁ ହଳଦୀ ଲଗାଯାଏ । ଅନେକ ଜାଗାରେ ହଳଦୀଆ ରଙ୍ଗର ପରିଧାନରେ ବାହା ହେବାର ପରମ୍ପରା ରହିଛି ।