Pratidin TV

Odisha's Digital News Platform

ରେକର୍ଡ ଭାଙ୍ଗିଲା ସୁନା ଦର, ଟପିଲା ୮୨ ହଜାର

1 min read

୮୨ ହଜାର ଟପିଲା ସୁନା | ୧0 ଗ୍ରାମ ପିଛା ୮୨ ହଜାର ୪00 ଟଙ୍କା ରହିଛି | ତେବେ ପ୍ରତିବର୍ଷ ପରି ଚାଲି ବର୍ଷ ଦୀପାବଳୀ ଅବସରରେ ଓଡିଶା ସୁନା ବଜାର ରେକର୍ଡର ପରିମାଣ କାରବାର କରିଛି | ଏପରିକି ଦର ବୃଦ୍ଧି ସତ୍ତ୍ୱେ ବ୍ୟବସାୟରେ ଉତ୍ସାହ ସମସ୍ତ ସୁନା ବଜାରରେ ଦେଖିବାକୁ ମିଳିଛି |

ତେବେ ଚଳିତ ବର୍ଷ ଓଡ଼ିଶାରେ ୨ ଦିନ ଧରି ଦୀପାବଳୀ ପାଳନ କରାଯାଉଛି | ଏଣିକି ୨ ଦିନ ଯାକ ଓଡିଶା ବ୍ୟବସାୟ ବଜାରରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି | ଫଳରେ ପ୍ରଥମ ଦିନରେ କାରବାର ପ୍ରାୟ ୧00 କୋଟି ଛୁଇଁଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଗୁଡିକ ପକ୍ଷରୁ ଆକଳନ କରଯାଇଛି | ତେବେ ଦୀପାବଳୀ ଓ ଛଟ ଭଳି ପର୍ବ ସାଙ୍ଗକୁ ବିବାହ ଥିବାରୁ ଗ୍ରାହକ ଏବେ ଏକସଙ୍ଗେ ଅଳଙ୍କାର କିଣୁ ନେଉଛନ୍ତି | ତେବେ ଦର ବୃଦ୍ଧି ଘଟୁଥିବା ବେଳେ ଦୀପାବଳୀ ଅବସରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧0 ଗ୍ରାମ ପିଛା ୮୨ ହଜାର ୪00 ଟଙ୍କା ରହିଛି | ଦୀପାବଳୀରେ ସବୁ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ଦର | କେବଳ ୨୪ କ୍ୟାରେଟ ନୁହେଁ ୨୨ କ୍ୟାରେଟର ମଧ୍ୟ ମୂଲ୍ୟ ବୃଦ୍ଧି ହୋଇଛି | ଗତବର୍ଷ ଠାରୁ ଚାଲି ବର୍ଷ ୩୫ ପ୍ରତିଶତ ମୂଲ୍ୟ ବୃଦ୍ଧି ପାଇଛି | ତେବେ ଗତବର୍ଷ ସୁନା ମୂଲ୍ୟ ୬୧ ହଜାର ଥିବା ବେଳେ ଚଳିତ ବର୍ଷ ଏହା ୮୨ ହଜାର ଟପିଯାଇଛି | ସୁନା ମୂଲ୍ୟ ରେକର ସ୍ତରରେ ପହଞ୍ଚିଛି | ଯାହା ଗ୍ରାହକଙ୍କ ମୁଣ୍ଡରେ ଚିନ୍ତା ବଢ଼ାଇ ଦେଇଛି | ଦୀପାବଳୀରେ ବାଣ ଫଟେଇଲା ପରି ସୁନାର ଦର ବମ ଫଟାଇଛି |

Advertisement

Leave a Reply

Your email address will not be published. Required fields are marked *