Pratidin TV

Odisha's Digital News Platform

ଅଧାରେ ରହିଗଲା ରେକର୍ଡ …ଓଡ଼ିଶାରେ ନବୀନଙ୍କ ଯୁଗର ଘଟିଛି ଅନ୍ତ

1 min read

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ । ଏହାସହିତ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରି ରେକର୍ଡ କରିବାର ଆଶା ରଖିଥିବା ନବୀନଙ୍କୁ ନିରାଶ ହେବାକୁ ପଡ଼ିଛି।

ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି। କଣ୍ଟାବାଞ୍ଜି ଆସନରୁ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ବିଜୟ ହୋଇଛନ୍ତି | ତେବେ ବିଜେଡିର ପରାଜୟ ପରେ ଆଜି ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି | ଶେଷରେ ନବୀନ ଶାସନର ଅନ୍ତ ଘଟିଛି |

Advertisement

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ନବୀନ | କିନ୍ତୁ ଆଶା ରହିଗଲା ଆଶାରେ | ଗୋଟିଏ ଝଟକାରେ ମିଳେଇଗଲା ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ। ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନବୀନ ପଟ୍ଟନାୟକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ ।

Leave a Reply

Your email address will not be published. Required fields are marked *