Pratidin TV

Odisha's Digital News Platform

୧୮ହଜାର ୭୮୮ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବାରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତା କୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି ରଖାଯାଇଛି । ଏହାପରେ ଦିନ ମଜୁରିଆ ମାନଙ୍କର ଦରମା ବା ମଜୁରୀକୁ ବୃଦ୍ଧି କରାଯାଇଛି ।

ଆହୁରୀ ପଢନ୍ତୁ –ରାଜ୍ୟ କ୍ୟାବିନେଟ ବୈଠକ ଶେଷ ; ୫ ଟି ପ୍ରସ୍ତାବ ରେ ବାଜିଲା ମୋହର , ସର୍ବନିମ୍ନ ମଜୁରୀ ୪୫୦ କୁ ବୃଦ୍ଧି ।

ସବୁଠୁ ବଡ କଥା ଗଣ ଶିକ୍ଷା ବିଭାଗ ର ରାଜ୍ୟ ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମୋହର ବାଜିଛି । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ । ଗଣମାଧ୍ୟମ ସାମ୍ନାରେ ଆଜି ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଖୁବ୍ ଶୀଘ୍ର ୧୮ ହଜାର ୭୮୮ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଆଉ ଦଳ ନିଜ ପ୍ରତିଶୃତି ନିଶ୍ଚୟ ରକ୍ଷା କରିବ ।

Leave a Reply

Your email address will not be published. Required fields are marked *