Pratidin TV

Odisha's Digital News Platform

ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟରେ ରେଡ୍ ଆଲର୍ଟ ଜାରି; ଆଜିଠୁ ସ୍କୁଲ, କଲେଜ ଛୁଟି ଘୋଷଣା

1 min read

ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇ ରାଜ୍ୟର ବିଭିନ୍ନ ଅଂଶକୁ ବୁଡ଼ାଇ ଦେଇଛି। ଏନେଇ ମୋର୍ବି ଜିଲ୍ଲାରେ ୭ ଜଣ ନଦୀଜଳରେ ଭାସି ଯାଇଛନ୍ତି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି। ଏଥିପାଇଁ ଗୁଜୁରାଟରେ କିଛି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛନ୍ତି |

ସୂଚନା ଅନୁଯାୟୀ, ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ କେବଳ ଅହମ୍ମଦାବାଦରେ ୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦୁଇ ୩ ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ସବୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି।

Advertisement

ଭଦୋଦରାସ୍ଥିତ ଆଜୱା ଡ୍ୟାମ୍‌ର ଜଳସ୍ତର ବିପଦ ସଙ୍କେତର ନିକଟତର ହୋଇଛି। ଆଗାମୀ ଦିନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଇଏମଡି ପକ୍ଷରୁ ସୁରଟ, ରାଜକୋଟ, ଡାମନ, ଦାଦ୍ରା ଓ ନଗର ହାଭେଳିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।
ରେଳଧାରଣା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ତିନିଟି ଟ୍ରେନ ଯଥା ଅହମ୍ମଦାବାଦ-ଭଦୋଦରା ଇଣ୍ଟରସିଟି ଏକ୍ସପ୍ରେସ, ଭଦୋଦରା-ଅହମ୍ମଦାବାଦ ଏକ୍ସପ୍ରେସ ଏବଂ ଭଦୋଦରା-ଜାମନଗର ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଜିଲ୍ଲା ପ୍ରଶାସନକୁ ମଧ୍ୟ ଆଲର୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *