Pratidin TV

Odisha's Digital News Platform

ରାତି ଅଧରେ ଜେଲରେ ରେଡ୍ ; ଟେନିସ୍ ବଲ୍ ଭିତରୁ ମିଳିଲା ଏସବୁ ଜିନିଷ…..

1 min read

ସମ୍ବଲପୁର ; ରାତି ଅଧରେ ଜେଲରେ ଅତର୍କିତ ରେଡ୍ । ଗୁରୁବାର ରାତିରେ ସମ୍ବଲପୁର ମଣ୍ଡଳ ଜେଲରେ ପୋଲିସର ଅତର୍କିତ ଚଢାଉ । ଏହି ଚଢ଼ାଉ ସମୟରେ ବହୁ ପରିମାଣରେ ବିଡି,ଖଇନି ତଥା ବିଭିନ୍ନ ମାଦକ ଦ୍ରବ୍ୟକୁ ସମ୍ବଲପୁର ପୋଲିସ ପକ୍ଷରୁ ଜବତ କରାଯାଇଛି । ଏହି ଚଢାଉରେ ଅତିରିକ୍ତ ଏସପି ହରେଶ ପାଣ୍ଡେଙ୍କ ସମେତ ସ୍ଥାନୀୟ ସମସ୍ତ ଥାନାର ଅଧିକାରୀ,ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ସମେତ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି ।

ସମ୍ବଲପୁର ଜେଲରେ ୨୨ ଟି ଓ୍ବାର୍ଡ ଥିବା ବେଳେ ଭୋର ୩ଟା ୩୦ ମିନିଟ ସମୟରେ ରେଡ ଆରମ୍ଭ ହୋଇଥିବା ନେଇ ସମ୍ବଲପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ବର୍ତ୍ତମାନ ଜେଲରେ ୫୭୬ ଅନ୍ତେବାସୀ ରହୁଥିବା ବେଳେ ସମସ୍ତଙ୍କ ଆସବପତ୍ର ମଧ୍ୟ ଚେକ୍ କରାଯାଇଛି । ଏହି ଚଢାଉରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭ଜଣ ଇନସ୍ପେକ୍ଟର, ୨ଜଣ ଏସଡିପିଓ, ୪ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ଥିଲେ । ଏହି ଚଢାଉରେ ଭାଙ୍ଗ, ଖଇନି, ଅମୃତାଂଜନ, ଗୁଟଖା ଜବତ ହୋଇଛି ।

Advertisement

ଅନ୍ୟପକ୍ଷରେ ଏହି ଚଢ଼ାଉ ବେଳେ ଜବତ ହୋଇଥିବା ସବୁ ମାଦକ ଦ୍ରବ୍ୟ ଜେଲକୁ କିପରି ସୁରକ୍ଷା ବ୍ୟବସ୍ଥା ନିୟମ ଉଲ୍ଲଂଘନ କରି ପ୍ରବେଶ କଲା ତାହାକୁ ନେଇ ଏବେ ସବୁଠୁ ଉଠିଛି ବଡ଼ ପ୍ରଶ୍ନ ରହିଛି । ତେବେ ଏହି ମାଦବ ଦ୍ରବ ଜବତ ନେଇ ପୋଲିସ ଅଧିକ ତଦନ୍ତ କରିବ ବୋଳି ଅତିରିକ୍ତ ଏସପି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *