Pratidin TV

Odisha's Digital News Platform

ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ , ପୂଜା ପାଇଁ ଚାଲିଥିବା ସ୍ପେସାଲ ମଦ ପ୍ରସ୍ତୁତ …

1 min read

ଭୁବନେଶ୍ୱର ; ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ପୂଜା ପାଇଁ ପ୍ରସ୍ତୁତ ହେଉଥିଲା ମଦ ଉପରେ ଛାପା ମାରିଛି ଅବକାରୀ ଥାନା। ସାଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଷାଲ୍ ମଦ ରନ୍ଧା । ଚଢ଼ାଉ କଲା ଅବକାରୀ ବିଭାଗ । ଶହ ଶହ ଲିଟର ମଦ ନଷ୍ଟ କରିବା ସହ ଆଜି ବ୍ୟାପକ ଚଢ଼ାଉ କରିଛି ଅବକାରୀ ବିଭାଗ । ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି ।

ମିଳିଥିବା ଖବର ଅନୁଯାୟୀ ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ଥାନା । ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ IIC ବିକାଶ ନାୟକଙ୍କ ନିର୍ଦ୍ଦେଶ ରେ ଏହି ଚଢ଼ାଉ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୂଜା ପାଇଁ ଏତେ ବ୍ୟାପକ ପରିମାଣର ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି । ଆଗକୁ କୁମାରପୁର୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡ କୁ ଦୃଷ୍ଟିରେ ରଖି ତିଆରି ଚାଲିଥିବା ଗିରଫ ପରେ କହିଛନ୍ତି ଅଭିଯୁକ୍ତ । ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।

Advertisement

Leave a Reply

Your email address will not be published. Required fields are marked *