Pratidin TV

Odisha's Digital News Platform

ଗାଡିର ସିକ୍ରେଟ ଚାମ୍ବରରୁ ଜବତ ହେଲା ପୁଳା ପୁଳା ଗଞ୍ଜେଇ, ୨ ଗିରଫ…

1 min read


ସମ୍ବଲପୁର: ଗୁଇନ୍ଦା ଅବକାରୀ ଟିମ କୁ ମିଳିଲା ଆଉ ଏକ ସଫଳତା । ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଆଉ ଧରା ପଡିଲେ ଦୁଇ ବାହାର ରାଜ୍ୟର ଗଞ୍ଜେଇ ମାଫିଆ ମାନେ । ଓଡିଶାରୁ ଝାଡଖଣ୍ଡ ରାଜ୍ୟକୁ ଲମ୍ବିଥିଲା ଚେର । ଗାଡିରେ କାରବାର ହେଉଥିଲା ପୁଳା ପୁଳା ଗଞ୍ଜେଇ । ଆଉ ଯେଉଁ ଗାଡିରେ ଗଞ୍ଜେଇ କାରବାର ହେଉଥିଲା ସେଥିରେ ଲାଗିଛି ଝାଡଖଣ୍ଡ ରାଜ୍ୟର ନମ୍ବର ପ୍ଲେଟ୍ । ଗାଡ଼ିରେ ୪ ଗୋଟି ସିକ୍ରେଟ ଚେମ୍ବର କରି ବିହାର ରାଜ୍ୟର ଗଞ୍ଜେଇ ମାଫିଆ ମାନେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ତେବେ ଗଞ୍ଜେଇ ମାଫିଆଙ୍କ ସିକ୍ରେଟ ଚେମ୍ବର କରି ଗଞ୍ଜେଇ ଚୋରାଚାଲାଣର ଚତୁରାମି ଫେଲ ମାରିଲା । ଗଞ୍ଜେଇ ସହ ମାଫିଆ ମାନଙ୍କୁ ମାଡ଼ିବସିଲା ଗୁଇନ୍ଦା ଆବକାରୀ କାର୍ଯ୍ୟାଳୟ ର ଟିମ । ସୂଚନା ଅନୁସାରେ ସୋନପୁର ଜିଲ୍ଲାରୁ ଝାଡଖଣ୍ଡ ରାଜ୍ୟକୁ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ଏଥିରେ ସମ୍ପୃକ୍ତ ଥିବା ମାଫିଆ ମାନେ ହେଲେ ବିହାର ରାଜ୍ୟର ସନ୍ତୋଷ କୁମାର ଏବଂ ଅଶୋକ ସିଂ । ଏହି ଦୁଇ ମାଫିଆ ମନେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇଥିଲା ଅବକାରୀ ଟିମ । ଆଉ ପୂର୍ବ ଯୋଜନା ମୁତାବକ ଗଞ୍‌ଜେଇ ଚାଲାଣ ବେଳେ ସେମାନଙ୍କୁ ପ୍ରଧାନପାଳିରେ ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟର ଟିମ ମାଡିବସିଥିଲା । ଏଥିସହ କାର ମଧ୍ୟରୁ ୨୫ କେଜି ଗଞ୍ଜେଇ ଜବତ କରିଥିଲା ଅବକାରୀ ଟିମ । ତେବେ ଜବତ କାର ସହ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଳି ଅବକାରୀ କାର୍ଯ୍ୟାଳୟ ର ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *