Pratidin TV

Odisha's Digital News Platform

ରାଜ୍ୟରେ ଜାରିହେଲା ରେଡ୍ ୱାର୍ଣିଂ : ଆଜିଠୁ ପ୍ରବଳ ବର୍ଷିବ

1 min read

ଭୁବନେଶ୍ୱର : ଉତ୍ତର ପୂର୍ବ ଏବଂ ପାଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାରେ ପରିଣତ ହେବ । ଆଜି ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳକୁ ବାଲେଶ୍ୱର ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଆଜି ଉତ୍ତର ଓଡିଶାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ସହ ରାଜ୍ୟରେ ରେଡ୍ ୱାର୍ଣିଂ ଜାରିକରିଛି ପାଣିପାଗ ବିଭାଗ ।ଏନେଇ ଆଜି ରାଜ୍ୟର ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାଗୁଡିକରେ ବର୍ଷାର ପରିମାଣ ଅଧିକ ଦେଖାଦେଇପାରେ । ସେହିପରି ଛତିଶଗଡ ସହ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେବ ବୋଲି ସୂଚନା ରହିଛି ।

Advertisement


୧୯ ଓ ୨୦ ତାରିଖରେ ହେବାକୁ ଥିବା ବର୍ଷା ପାଇଁ ପ୍ରଶାସନ ଚିନ୍ତା ପ୍ରକଟ କରିଛି । କାରଣ ଏହି ବର୍ଷା ପ୍ରଭାବରେ ନଦୀଗୁଡିକରେ ପୁନଶ୍ଚ ପାଣି ବଢିପାରେ । ଏନେଇ ନଦୀଗୁଡିକରେ ବନ୍ୟାସ୍ଥିତି ମଧ୍ୟ ଦେଖାଦେଇପାରେ , ସେହିଭଳି ଯେଉଁ ନଦୀଗୁଡିକରେ ଆଗରୁ ବନ୍ୟାସ୍ଥିତି ରହିଛି,ସେଗୁଡିକ ଅଧିକ ପ୍ରଭାବିତ ହୋଇପାରେ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ହେତୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ନିର୍ଦ୍ଧେଶ ରହିଛି ।

ତେବେ ରାଜ୍ୟରେ ୩ ଦିନ ପ୍ରଭାବ ପକାଇବ ଏହି ଲଘୁଚାପ – ୧୯,୨୦ ଓ ୨୧


ପ୍ରଥମ ଦିନ- ( ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି କେନ୍ଦ୍ରାପଡା,ଜଗତସିଂପୁର,କଟକ,ଭଦ୍ରକ,ବାଲେଶ୍ୱର ଓ ପୁରୀ ରେ ୟେଲୋ ୱାର୍ଣିଂ ଜାରି କରାଯାଇଛି ।ଏହିସବୁ ଜିଲ୍ଲାଗୁଡିକରେ ୭ରୁ ୧୧ସେମି ଯାଏ ବର୍ଷାର ପରିମାଣ ଦେଖାଦେବ ।


ଦ୍ୱିତୀୟ ଦିନ- ( ୧୯ ତାରିଖ ସକାଳ ୮.୩୦ ରୁ ୨୦ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ୭ରୁ ୨୦ ସେମି ବର୍ଷା ଦେଖାଦେବା ସହ ମୟୁରଭଞ୍ଜ ଓ କେଉଁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣିଂ ଜାରିକରାଯାଇଛି ।)
(ସେହିପରି କେନ୍ଦ୍ରାପଡା ,ଜଗତସିଂହପୁର,କଟକ,ସୁନ୍ଦରଗଡ,ସମ୍ବଲପୁର,ସୋନପୁର,ବୌଦ୍ଧ,ବଲାଙ୍ଗିର ,ଢେଙ୍କାନାଳ,ଅନୁଗୁଳ,ଦେଓଗଡ,ବଲାଙ୍ଗିର,ଯାଜପୁର ଓ ବାଲେଶ୍ୱର ଜିଲ୍ଲାକୁ ପ୍ରବଳରୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣିଂ ଜାରିକରାଯାଇଛି ।)
(ଝାରସୁଗୁଡା,ଭଦ୍ରକ,କଳାହାଣ୍ଡି,କନ୍ଦମାଳ,ନୟାଗଡ,ଖୋର୍ଦ୍ଧାଏବଂ ପୁରୀ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ଆଶଙ୍କା ନେଇ ୟେଲୋ ୱାର୍ଣିଂ ଜାରିକରାଯାଇଛି ।)


ତୃତୀୟ ଦିନ -(୨୦ ତାରିଖ ସକାଳ ୮.୩୦ରୁ ୨୧ ତାରିଖ ୮.୩୦ ପର୍ଯ୍ୟାନ୍ତ ରାଜ୍ୟରେ ଝାରସୁଗୁଡା,ସୁନ୍ଦରଗଡ,କେଉଁଝର,ସୋନପୁର,ଦେଓଗଡ,ବରଗଡ ଓ ବଲାଙ୍ଗୀର ରେ ୭ରୁ ୨୦ ସେମି ବର୍ଷା ଆଶଙ୍କା ନେଇ ଅରେଞ୍ଜ ୱାର୍ଣିଂ ଏବଂ ମୟୁରଭଞ୍ଜ,ଅନୁଗୁଳ,ବୌଦ୍ଧ,କଳାହାଣ୍ଡି,ନୂଆପଡା,ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ହେବା ନେଇ ୟେଲୋ ୱାର୍ଣିଂ ଜାରିକରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *