ଫ୍ରିଜ୍ ରେ ଅଟା ରଖିଲେ ହେଉଛି ବିଷାକ୍ତ ,ହେଇଯାନ୍ତୁ ସାବଧାନ !
1 min readଫ୍ରିଜ୍ ରେ ଅଟା ଚକଟା ରଖୁଛନ୍ତି କି ତେବେ ଏହା ପାଲଟି ଯାଏ ବିଷାକ୍ତ | ଯାହାକୁ ନେଇ ଆସିଛି ସୂଚନା | ମଡର୍ଣ୍ଣ ଦୁନିଆରେ ବଦଳୁଛି ଲୋକଙ୍କ ରହିବା ଶୈଳୀ | ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ଅଳସୁଆ ଯୋଗୁଁ ଲୋକମାନେ ଖାଦ୍ୟ ରଖି ଖାଉଛନ୍ତି | ଖାସ କରି ଅଧିକାଂଶ ଲୋକ ଫ୍ରିଜରେ ଅଟା ଚକଟା ରଖିଥାନ୍ତି | ପରେ ଏହାକୁ ବ୍ୟବହାର କରି ରୁଟି କରି ଖାଇଥାନ୍ତି | କିନ୍ତୁ ଜାଣିଛନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ | କାମକୁ ସହଜ କରିବାକୁ ଲୋକମାନେ ଅଟାକୁ ଏକା ଥରକେ ଚକଟି ୧0-୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତି | ପରେ ଏହାକୁ ରୁଟି କରି ଖାଇଥାନ୍ତି |
ତେବେ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଅଟାକୁ ଥରେ ଚକଟି ଦୀର୍ଘ ସମୟ ଧରି ଫ୍ରିଜରେ ରଖିଲେ ରାସାୟନିକ ପଦାର୍ଥ ତିଆରି ହୋଇଥାଏ | ଏଥିରେ ଖରାପ ବ୍ୟାକ୍ଟେରିଆ ପଡ଼ିଥାନ୍ତି | ଯାହା ପେଟ ପାଇଁ ବିଷାକ୍ତ ହୋଇଥାଏ | ଅନେକ ଥର ଏପରି ରୁଟି ଖାଇବା ଦ୍ୱାରା ହୋଇଥାଏ ଫୁଡ ପଏଜନିଂ ମଧ୍ୟ ହୋଇଥାଏ |
ତେବେ ମାଇକ୍ରୋଡୋନିକ୍ସ ହେଉଛି ଏକ ପ୍ରକାର ବିଷାକ୍ତ ପଦାର୍ଥ | ଯାହା ଅନ୍ତଃନଳୀ ଉପରେ ପ୍ରଭାବ ପକାଇଥାଏ | ଦୀର୍ଘ ଦିନ ଧରି ଏହିପରି ଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଅନ୍ତଃନଳୀ ଫୁଲିବା କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଏ | ଏହି କାରଣରୁ ଏସିଡ଼ିଟି ମଧ୍ୟ ହୋଇଥାଏ | ଅଟାରୁ ନିର୍ମିତ ରୁଟି ସ୍ୱାସ୍ଥ୍ୟ ପାଇଁ ବରଦାନ ହୋଇଥାଏ | କିନ୍ତୁ ଦୀର୍ଘ ସମୟ ଧରି ଫ୍ରିଜରେ ଅଟା ଚକଟା ରଖିବା ଦ୍ୱାରା ରୁଟିର ପୋଷକ ତତ୍ତ୍ୱ କମ ହେବାର ଭୟ ରହିଥାଏ | ଏପରିସ୍ଥିତିରେ ଶରୀରର ବିକାଶ ଠିକ ଭାବରେ ହୋଇନଥାଏ |