Pratidin TV

Odisha's Digital News Platform

ସୁନା ଚାହିଁବା ମନା ; ଦାମ୍ ୭୬ ହଜାର ପାର୍,ଆଗକୁ ଦର ଛୁଇଁବ ୧ ଲକ୍ଷ !

1 min read

କେନ୍ଦ୍ର ସରକାର ଟ୍ୟାକ୍ସ କମାଇଥିଲେ ମଧ୍ୟ ସୁନା ଦାମରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି। ଦିନକୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର । ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ୭୫ ହଜାର ଟଙ୍କା ପାର୍ କଲାଣି । ୨୨ କ୍ଯାରେଟ ଦର ୭୦ ହଜାର ପାଖାପାଖି । ପାର୍ବଣରେ ସୁନା ଦର ହେଲାଣି ଅସମ୍ଭାଳ ।

ଶୁକ୍ରବାର(୨୦୨୪ ଅକ୍ଟୋବର ୪) ସୁନା ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୪୬୭ ଟଙ୍କା ବୃଦ୍ଧି ହୋଇ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ୭୬,୯୮୨ ଟଙ୍କା ହୋଇଛି। ତେବେ କାରବାର ବନ୍ଦ ହେବା ବେଳକୁ ଏହା ୩୪୮ ଟଙ୍କା ବୃଦ୍ଧି ପାଇ ୭୫,୯୬୪ ଟଙ୍କାକୁ ଖସି ଆସିଥିଲା। ହେଲେ ଦିନକ ପୂର୍ବରୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୫,୬୧୫ ଟଙ୍କା ଥିଲା।

Advertisement

ଅନ୍ୟପଟେ ରୂପା ମୂଲ୍ୟ ମଧ୍ୟ ଆଜି ଉଚ୍ଚାରେ ରହିଥିଲା। ରୁପା ୧,୬୧୫ ଟଙ୍କା ବୃଦ୍ଧି ହୋଇ କେଜି ୯୨,୨୮୬ରେ ପହଞ୍ଚିଥିଲା। ତେବେ କାରବାର ବନ୍ଦ ହେବା ବେଳକୁ ଏହା ୧୫୨୯ ଟଙ୍କା ବୃଦ୍ଧି ପାଇ ୯୨,୨୦୦ ଟଙ୍କା ହୋଇଛି। ଗୋଟିଏ ଦିନ ପୂର୍ବରୁ ରୂପା ୯୦,୬୭୧ ଟଙ୍କା ଥିଲା। ଚଳିତ ବର୍ଷ ରୂପା ମେ ୨୯ ତାରିଖରେ କିଲୋଗ୍ରାମ ପିଛା ୯୪,୨୮୦ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

HDFC ସିକ୍ୟୁରିଟି କମୋଡିଟି ଏବଂ କରେନ୍ସି ହେଡ ଅନୁଜ ଗୁପ୍ତାଙ୍କ ଅନୁଯାୟୀ ସୁନା ଏବଂ ରୂପା ଆଗାମୀ ଦିନରେ ବୃଦ୍ଧି ପାଇପାରେ। ଚଳିତ ବର୍ଷ ସୁନା ୧୦ ଗ୍ରାମ ପ୍ରତି ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ସେହିପରି ରୂପା ମଧ୍ୟ କେଜି ପିଛା ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ।

Leave a Reply

Your email address will not be published. Required fields are marked *