Pratidin TV

Odisha's Digital News Platform

ଆୱାର୍ଡ ଶୋରୁ ଫେରିବା ବେଳେ ପାପରାଜିଙ୍କୁ ଚାପୁଡା ମାରିଲେ ରେଖା, କାହିଁକି କଲେ ଏଭଳି?

1 min read

ମୁମ୍ବାଇ: ଏକ ଆୱାର୍ଡ ଶୋରେ ଯୋଗ ଦେବାକୁ ଯାଇଥିବା ବେଳେ ଅଭିନେତ୍ରୀ ଜଣକ କଲେ ଏଭଳି କାମ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ । କାରଣ ନିଜ ପ୍ରିୟ ଅଭିନେତ୍ରୀଙ୍କ ଏଭଳି କାରନାମ ଦେଖି ସେଠାରେ ଥିବା ଲୋକ ତାଙ୍କୁ ଚାହିଁ ରହିଥିଲେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ସହ ଫଟୋ ନେବାକୁ ଏକ ପାପରାଜି ଦୌଡି ଯାଇଥିବା ବେଳେ ରେଖା ତାଙ୍କୁ ହଠାତ ଚାପୁଡା ମାରିଥିଲେ । ତେବେ ଚାପୁଡା ମାରିବାର କଥା ଶୁଣି ଆପଣଙ୍କୁ ରାଗ ନିଶ୍ଚୟ ଲାଗୁଥିବା କାରଣ ଏଭଳି କରିବା ଠିକ ନୁହେଁ । କିନ୍ତୁ ରେଖାଙ୍କୁ ଏଭଳି କାମ ପଛରେ ରହିଛି ଭିନ୍ନ ଏକ କାରଣ । ଏଭରଗ୍ରୀନ ଅଭିନେତ୍ରୀ ହେଉଛନ୍ତି ବଲିଉଡର ରେଖା। ତାଙ୍କର ଲୁକ , ଅନ୍ଦାଜ ଏବଂ ନିଖୁଣ ଅଭିନୟ ଯୋଗୁଁ ଆଜି ବି ଲୋକଙ୍କ ମନରେ ରାଜ କରି ଆସୁଛନ୍ତି ରେଖା । କେତେବେଳେ ତାଙ୍କ ଲୁକ୍ସକୁ ନେଇ ତ ପୁଣି କେତେବେଳେ ତାଙ୍କପ୍ରେମ କାହାଣୀକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ସେ କିଛି ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ନିକଟରେ ସେ ଏକ ଆୱାର୍ଡ ଶୋରେ ଯୋଗ ଦେବାକୁ ଯାଇଥିଲେ । ଯେଉଁଥିରେ ତାଙ୍କର ଗର୍ଜିୟସ ଲୁକ ସମସ୍ତଙ୍କଦୃଷ୍ଟି ଆର୍କଷଣ କରିଥିଲା ।ଆଉ ସେଠାରେ ଘଟିଥିବା କିଛି ଘଟଣା ର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରୁଛି । ଯେଉଁଥିରେ ସେ ଜଣେ ପାପରାଜିଙ୍କ ଗାଲକୁ ଚାପୁଡା ମାରିଥିବା ନଜର ଆସିଛନ୍ତି । ତେବେ ଏହାର ପଛର ସତ୍ୟତା ହେଉଛି କି ସେ ସ୍ନେହରେ ଏବଂ ମଜାକରେ ତାଙ୍କୁ ଚାପୁଡା ମାରିଥିଲେ । ଏବଂ ମାଡ ଖାଇଥିବା ପାପରାଜି ଜଣକ ଏଥିରେ ହସି ତାଙ୍କସହ ସେଲ୍ଫି ନେଇଥିଲେ ।

Advertisement

ସୂଚନାମୁତାବକ ବୁଧୁବାର ସନ୍ଧ୍ୟାରେ ଅଭିନେତ୍ରୀ ଜଣ ମୁମ୍ବାଇରେ ଏକ ଆୱାର୍ଡ ସୋରେ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ରେଖା ଡିଜାଇନର ମନିଷ ମଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶାଢୀ ସହ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ସୋ ରୁ ଫେରୁଥିବା ବେଳେ ପାପାରିଜଙ୍କ ସହ ମଜା କରିଥିଲେ ରେଖା ।ଯାହାର ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ଏହାକୁ ଲାଇକ କରିବା ସହ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *