ରେମାଲ ପ୍ରଭାବ;ଟ୍ରେନ ଟ୍ରାକରୁ ଖସିଯିବା ଭୟରେ ବନ୍ଧା ହେଲା ଜଞ୍ଜିର ଓ ତାଲା
1 min readସାଇକ୍ଲୋନିକ ଷ୍ଟର୍ମ ରେମାଲ ବର୍ତ୍ତମାନ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିଛି | ଭାରତୀୟ ପାଣିପାଗ ଅନୁଯାୟୀ ସାଇକ୍ଲୋନିକ ରେମାଲ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ହେବ | ଷ୍ଟର୍ମ ହେବା ଯୋଗୁଁ କୋଲକାତା ସହରର କିଛି ସ୍ଥାନରେ ପ୍ରବଳ ବର୍ଷ ହେବାର ଦେଖିବାକୁ ମିଳିଛି |
ଘୁର୍ଣ୍ଣିବଳୟ ପ୍ରଭାବ ଆସନ୍ତା ୬ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ | ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧0ରୁ ୧୨0 କିମି ଥିଲା | କିଛି ସମୟ ମଧ୍ୟରେ ପବନର ବେଗ ୧୩୫ କିମିକୁ ପହଞ୍ଚିଥିଲା | ପବନର ଗତବିଧି ଦଦେଖି ଭୟରେ ହାୱଡାର ଶାଲିମାର ରେଳ ଷ୍ଟେସନରେ ରେଳବାଇ ଟ୍ରେନର ଚକକୁ ଚେଁ ଓ ତାଲା ପକାଇ ବାନ୍ଧିଥିବାର ନଜର ସାମ୍ନାକୁ ଆସିଛି | ପ୍ରବଳ ପବନ ଯୋଗୁଁ ଟ୍ରେନ ଟ୍ରକ ତଳକୁ ଖସି ନ ଯାଉ ସେଥିପାଇଁ ଏପରି ସାବଧାନ ଅବଲମ୍ବନ କରାଯାଇଛି | ଅନ୍ୟପଟେ ଏହି ବାତ୍ୟାର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ସମୁଦାୟ ୧୪ଟି NDRF ଟିମ ନିୟୋଜିତ କରାଯାଇଛି |